ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସାମିଲ ହେବେ ନାହିଁ ସ୍ପେନ ରାଷ୍ଟ୍ରପତି | ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ କୋରୋନା ଆକ୍ରାନ୍ତ । ଏନେଇ ରାଷ୍ଟ୍ରପତି ପେଡ୍ରୋ ସାନଚେଜ୍ X ଜରିଆରେ ସୂଚନା ଦେଇଛନ୍ତି। ଟ୍ୱିଟ କରି କହିଛନ୍ତି, ଆଜି ଅପରାହ୍ନରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ମୁଁ ସୁସ୍ଥ ଅନୁଭବ କରୁଛି। କିନ୍ତୁ ତେଣୁ ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଯିବାକୁ ଅସମର୍ଥ। ମାତ୍ର ଏହି ସମ୍ମିଳନୀରେ ସ୍ପେନ ପକ୍ଷରୁ ଦେଶର ପ୍ରଥମ ଉପରାଷ୍ଟ୍ରପତି ନାଦିଆ କେଲଭିନୋ ଓ ବୈଦେଶିକ ମନ୍ତ୍ରୀ ଜୋସ ମାନୁଏଲ ଆଲବାରେସ୍ ପ୍ରତିନିଧିତ୍ୱ କରିବେ ବୋଲି ସେ ସୂଚନା ଦେଇଛନ୍ତି।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..