ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ବତନ୍ତ୍ର ବିଧାନସଭା ଅଧିବେଶନର ଆଜି ତୃତୀୟ ଦିନ | ଆଜି ବିଧାନସଭାର ବାଚସ୍ପତି ନିର୍ବାଚନ | ରଣପୁର ବିଜେପି ବିଧାୟିକା ସୁରମା ପାଢ଼ୀଙ୍କ ନାଁ ଚର୍ଚ୍ଚାରେ ରହିଥିଲା | ଗତକାଲି ସେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଧାନସଭାରେ ବିଜେପିର ଆବଶ୍ୟକୀୟ ସଂଖ୍ୟା ଥିବାରୁ ସୁରମା ପାଢ଼ୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ବିରୋଧୀ ଦଳ ପକ୍ଷରୁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି | ବିଧିବଦ୍ଧ ଭାବେ ଆଜି ବିଧାନସଭା ବାଚସ୍ପତିଙ୍କ ନାଁ ଘୋଷଣା ହେବ। ଆଜି ବାଚସ୍ପତି ଶପଥ ନେବାନେଇ ସୂଚନା ମିଳୁଛି |ବିଜେପି ସରକାରର ବିଧାନସଭା ଅଧିବେସନ ହୋଇଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି |






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..