ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗୋବଂଶ ବୃଦ୍ଧି ସହିତ ଗୋପାଳକଙ୍କର ଉନ୍ନତି ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି। ସରକାର ଏବେ ଗୋବଂଶ ବୃଦ୍ଧି ସହିତ ଏମାନଙ୍କର ସୁରକ୍ଷା ପାଇଁ ପଦକ୍ଷେପ ନେଇଥିବା ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆଇନ୍ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ଗୋ ହତ୍ୟା ବନ୍ଦ ହେବ। ଆସାମ ପରି ଓଡ଼ିଶାରେ ମଧ୍ୟ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ। ରାଜ୍ୟ ସରକାର ଖୁବ ଶୀଘ୍ର ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି। ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି। ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି। ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ। ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି। ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି। ଅନ୍ୟପଟରେ ରାଜ୍ୟ ଗୋ ହତ୍ୟା ରୋକିବା ପାଇଁ ଆସିବାକୁ ଥିବା ବିଲକୁ ନେଇ ବିରୋଧୀ ଦଳର ନେତାମାନେ କଟାକ୍ଷ କରିଛନ୍ତି। ବିଜେଡି କହିଛି, ପ୍ରଥମେ ଚିହ୍ନଟ କରାଯାଉ, କେଉଁ ଦଳର ଲୋକ ଗୋ ଚାଲାଣ କରି ଗୋମାଂସ ବିକ୍ରି କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କୁ ଟାର୍ଗେଟ ନକରିବାକୁ ଦଳ କହିଛି। କଂଗ୍ରେସ ମଧ୍ୟ ସମାନ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରିଛି। ବିଦେଶକୁ ଗୋମାଂସ ପଠାଇବାରେ ଉତ୍ତରପ୍ରଦେଶ ପ୍ରଥମ, ଦ୍ବିତୀୟରେ ମଧ୍ୟପ୍ରଦେଶ ରହିଛି। ସେଠାରେ ମାଂସ’କୁ କାଟିବାକୁ ଫ୍ୟାକଟ୍ରି ହୋଇଛି। ସେଥିରେ କେଉଁ ଦଳ ସଂପୃକ୍ତ, ତାହା ଜାଣିବା ଦରକାର। ପ୍ରଥମେ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……