Report Card Odisha

| Daily Odia News

ବୁଲେଟ ଭଗବାନ ‘ଓମ ବନ୍ନା’…..

ରିପୋର୍ଟ କାର୍ଡ /  ଭୁବନେଶ୍ୱର 

ହିନ୍ଦୁ ଧର୍ମରେ ମନ୍ଦିର ମଠରେ ଭଗବାନ ଙ୍କୁ ପୂଜା କରାଯାଏ | କିନ୍ତୁ ଭାରତ ବର୍ଷରେ ଏଭଳି ଏକ ଜାଗା ଅଛି ଯେଉଁଠି ମଟୋର ସାଇକେଲ କୁ ଭଗବାନ ଭାବେ ପୂଜା କରାଯାଏ | ଏହି କଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା | ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ | ଏହି ବାଇକ ଦେବତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ଜମେ | ଆଉ ଏହାକୁ ସମସ୍ତେ ପୂଜା ମଧ୍ୟ କରନ୍ତି | ହଁ ଆଜ୍ଞା ରାଜସ୍ଥାନର ପାଲି ଜିଲ୍ଲାର ଜୋଦୁପୁରେ ଏଭଳି ସ୍ଥାନ ରହିଛି | ଏହି ବାଇକ ଦେବତା ହେଉଛନ୍ତି ଓମ ବନା | ଆସନ୍ତୁ ଜାଣିବା ଏହି ଓମ ବନ୍ନା କିଏ | ଜୋଦୁପୁରେ ଓମ ସିଂ ରାଠୋର ହେଉଛନ୍ତି ଓମ ବନ୍ନା | ସେ ରାଜସ୍ଥାନର ପାଲି ଜିଲ୍ଲାର ରାଜପୁତ ପରିବାରରେ ୫ ମାର୍ଚ୍ଚ ୧୯୬୫ ଜନ୍ମ ଗ୍ରହଣ କରିଥିଲେ | ତାଙ୍କ ପିତାଙ୍କ ନାମ ଠାକୁର ଜୋକ ସିଂ ରାଠୋର | ରାଜସ୍ଥାନରେ ରାଜପୁତ ଙ୍କୁ ବନାସା ବୋଲି କୁହାଯାଏ | ସେଥିପାଇଁ ସମସ୍ତେ ଓମ ସିଂ ରାଠୋର ଙ୍କୁ ଓମ ବନ୍ନା ଡାକନ୍ତି | ପୁରା ପରିବାର ଓମ ବନା ଗେଲ୍ହା ପୁଅ ଥିଲେ | ସେ ଯେତେ ବେଳେ ଯାହା ଇଚ୍ଛା କରୁଥିଲେ ଘରଲୋକ ଆଣି ଦଉଥିଲେ | ତାଙ୍କର ମଟୋର ସାଇକେଲ ଚାଇବାରେ ବହୁତ ସଉକଥିଲା | ଯେତେବେଳେ ଓମ ବନ୍ନା ବଡ ହେଲେ ରୋୟାଲ ଇନଫିଲଡ ମଟୋର ସାଇକେଲ କିଣିଲେ | ମଟୋର ସାଇକେଲଟି ତାଙ୍କର ବହୁପ ପସନ୍ଦଥିଲା | ତାଙ୍କୁ ଏମିତି ଲାଗିଲାକି ତାଙ୍କ ଜୀବନରେ ବାଇକ ସବୁକିଛି |

କିଛିଦିନ ପରେ ଓମ ବନାଙ୍କର ବିବାହ ହୋଇଗଲା | ଶଶୂର ଘର ତାଙ୍କ ଗାଁ ଠାରୁ ବେଶୀ ଦୂର ନଥିଲା | ତେଣୁ ମଝିରେ ମଝିରେ ଓମ ବନ୍ନା ପତ୍ନୀଙ୍କୁ ବାଇକରେ ବସାଇ ଶଶୂର ଘରକୁ ବୁଲେଇ ନେଉଥିଲେ | ୨ ଡିସେମ୍ବର ୧୯୮୮ କୁ ସବୁଥରପରି ବାଇକ ନେଇ ପତ୍ନୀ ଙ୍କୁ ଦେଖା କରିବାପାଇଁ ଶଶୂର ଘର ଗାଁ କୁ ଯାଇଥିଲେ ଓମ ବନ୍ନା | ପତିପତ୍ନୀ ବୁହେଁ ସନ୍ଧ୍ୟା ପର୍ଯ୍ୟନ୍ତ ଏକାଠି ରହିଥିଲେ | ଓମ ବନ୍ନା ପତ୍ନୀକୁ ଛାଡି ସନ୍ଧ୍ୟା ସମୟରେ ବାଇକରେ ପୁଣି ଘରକୁ ବାହାରିଥିଲେ | ଆସିବା ପାଇଁ ଟିକେ ଅଧିକ ସମୟ ଲାଗିଥିଲା | ଓମ ବନ୍ନା ଯେଉଁ ରାସ୍ତାରେ ଆସୁଥିଲେ ସେହି ରାସ୍ତା ପୁରା ଶୂନଶାନଥିଲା | ଖାଲିସଡ଼କ ଦେଖି ଓମ ବନ୍ନା ଙ୍କ ଭିତରେ ବାଇକ ରେସର ମନଭାବ ଜାଗ୍ରତ ହୋଇଥିଲା | ସେ ଭାବିଲେକି ଫାଙ୍କା ରାସ୍ତାର ଫାଇଦା କାହିଁ ହାତଛଡା କରିବି | ତାପରେ ତୁରନ୍ତ ନିଜ ବାଇକର ଗତି ବଢ଼ାଇ ଦେଲେ | ବାଇକର ଗତି ଏମିତିଥିଲା ତାଙ୍କୁ ଲାଗୁଥିଲା କି ସେ ପବନରେ ଉଡୁଛନ୍ତି | ଏହି ସମୟକୁ ମନଖୋଲିକି ଉପଭୋଗ କରୁଥିଲେ | ଠିକ ଏହି ସମୟରେ ବାଇକର ଏକ ମୋଡ଼ ଆସିଥିଲା | ବାଇକ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଲେ କିନ୍ତୁ ସେହି ସମୟରେ ବନ୍ନା ଙ୍କ ବାଇକ ଦୁର୍ଘଟଣା ଘଟିଥିଲା |

ବାଇକ ଚାଷ ଜମିରେ ପଡିଥିବା ବେଳେ ତାଠାରୁ କିଛି ଦୂରରେ ପଡ଼ିଛଥିଲେ ଓମ ବନ୍ନା | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଓମ ବନ୍ନା ଙ୍କୁ ଜାଣିବା କଷ୍ଟ ହୋଇପଡ଼ିଥିଲା | ସକାଳ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ମାମଲା ବୁଝିଥିଲା | ଓମ ବନ୍ନା ଙ୍କ ଶବ ତାଙ୍କ ଘରକୁ ପଠାଇ ଦିଆଗଲା | କିନ୍ତୁ ପୋଲିସ ବାଇକ କୁ ନିଜ ସାଙ୍ଗରେ ଥାନାକୁ ନେଇଗଲେ | ସମସ୍ତଙ୍କୁ ଲାଗିଲାକି ଖୋଲା ଜାଗାରେ ହୋଇଛି ଦୁର୍ଘଟଣା | ସେଥିପାଇଁ କେହି ଧ୍ୟାନ ଦେଇ ନାହାଁନ୍ତି | ଥାନାରେ ବାହାରେ ବାଇକକୁ ରଖି ଦିଆଗଲା | ତାପର ଦିନ ପୋଲିସ ଯେତେ ବେଳେ ଥାନାକୁ ଆସିଲେ ଦେଖିଲେ ଓମ ବନ୍ନା ଙ୍କ ବାଇକ ନାହିଁ | କୁଆଡେ ଗଲା ବୋଲି ସମସ୍ତେ ନିଜ ନିଜ ଭିତରେ ପଚରା ପଚରି କଲେ | ପୋଲିସ କୁ ଲାଗିଲା କି କିଏ ବାଇକ କୁ ଚୋରି କରି ନେଇଛି | ଏହି ସୂଚନା ଅନ୍ୟ ପୋଲିସ ଙ୍କୁ ବି ଜଣାଇ ଦିଆଗଲା | କିଛି ସମୟ ପରେ ପୋଲିସ କୁ ଖବର ମିଳିଲାକି RNJ 7773 ନମ୍ବର ଥିବା ଗାଡି ଚୋୖଟିଲା ଗାଁ ନିକଟରେ ଜୋଦପୁରପାଲି ହାୱେ ପାଖରେ ଠିଆହୋଇଛି | ଏହି ଖବର ପାଇବା ମାତ୍ରେ ପୋଲିସ ସେଠାରେ ପହଞ୍ଚି ଯାଇଥିଲା | ପୋଲିସ କୁ ଲାଗିଲା କି ଏହି କାମ ନିଶ୍ଚେ ଚୋର ମାନେ ହିଁ କରିଛନ୍ତି | ଏହା ପରେ ପୋଲିସ ପୁଣି ବାଇକ କୁ ଥାନାକୁ ଆଣି ରଖିଲା | ତାପର ଦିନ ମଧ୍ୟ ସମାନ ଘଟଣା ଘଟିଥିଲା | ପୋଲିସ ସକାଳୁ ଦେଖିଲାକି ବାଇକ ଥାନାରେ ନାହିଁ | କିଛି ସମୟ ପରେ ପୁଣି ପୋଲିସ କୁ ଖବର ମିଳିଲାକି ବାଇକ ଓମ ବନଙ୍କ ଦୋର୍ଘଟଣା ସ୍ଥଳରେ ଅଛିବୋଲି | ଏଭଳି ଘଟଣା ଦେଖି ପୋଲିସ କୁ ଲାଗିଲାକି ତାଙ୍କ ସହିତ କିଏ ମଜାକ କରୁଛନ୍ତି | ପୋଲିସ ପୁଣି ବାଇକକୁ ଆଣି ସବୁ ପେଟ୍ରୋଲ ବାହାର କରି ଚେନରେ ବାନ୍ଧି ଦେଲା | ଯେମିତି କେହି ବାଇକ କୁ ନେଇକି ଯାଇନପାରେ | ହେଲେ ପୋଲିସର ପରିଶ୍ରମ ବିଫଳ ହୋଇଥିଲା | ତାପର ଦିନ ମଧ୍ୟ ପୋଲିସ ଦେଖିଲେକି ବାଇକ ଗାଏବ ହୋଇଯାଇଛି | ବାଇକ ଓମ ବନା ଙ୍କ ଦୁର୍ଘଟଣା ସ୍ଥଳରେ ମିଳିଲା | ଏହା ପରେ ବିଚାରକଲେ କି ବାଇକ ସବୁଥର ଓମ ବନ୍ନାଙ୍କ ଦୁର୍ଘଟଣା ସ୍ଥଳରେ ମିଳୁଛି | ଏହି ଖବର ଅଖାପାଖ ଗାଁରେ ଚର୍ଚ୍ଚା ହେବାରେ ଲାଗିଲା | ଲୋକଙ୍କୁ ଲାଗିଲାକି ଏହି ଗାଡ଼ିରେ ଓମ ବନା ଙ୍କ ଆତ୍ମା ରହିଛି | ଏକଥା ଓମ ବାନଙ୍କ ବାପା ଓ ଗାଁ ଲୋକେ ଜାଣିବାକୁ ପାଇଲେ | ଏହି ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଏକ ସ୍ମାରକ ବନେଇବାକୁ ଯୋଜନା କଲେ |

ଗାଁ ଲୋକେ ଓମ ବନ୍ନାଙ୍କ ଦୁର୍ଘଟଣା ସ୍ଥଳରେ ଏକ ସ୍ମାରକ ତିଆରିକଲେ | ବନ୍ନାଙ୍କ ରୋୟାଲ ଇନଫିଲଡ ବାଇକକୁ ସେହି ସ୍ଥାନରେ ରଖି ଦେଲେ | ଏହି ଦିନ ଠାରୁ ସେ ବାଇକ ଆଉ କୁଆଡେ ଯାଇନାହିଁ | ଲୋକମାନେ ଏହାକୁ ଚମତ୍କାର ମାନିନେଲେ | ଏହା ସ୍ମାରକ ନୁହେଁ ଲୋକେ ଏହାକୁ ମନ୍ଦିର ବୋଲି ମାନନ୍ତି | ଏହି ମନ୍ଦିରର ଖାସ କଥା ହେଉଛି ଏଠି ଭଗବାନ ଙ୍କ ମୂର୍ତ୍ତୀ ନାହିଁ , ଓମ ବନ୍ନାଙ୍କ ବାଇକ ପୂଜା ହେଉଛି | ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଲୋକେ ବାଇକକୁ ପୂଜା କରିବା ପାଇଁ ଆସନ୍ତି | ଠାକୁରଙ୍କ ମନ୍ଦିରରେ ଧୂପ ଦିନ ଦେଇ ପୂଜା କଲା ଭଳି ଏଠି ମଧ୍ୟ ପୂଜା ହେଉଛି | ଆଉ ଏହି ମନ୍ଦିରରେ ଫଳମୂଳ ଭୋଗ ଲଗାଯାଏ ନାହିଁ , ମଦ ଭୋଗହୋଇଥାଏ | ସମସ୍ତେ ମଧ୍ୟ ଏହାକୁ ମନ୍ଦିରର ପ୍ରସାଦ ଭାବରେ ଗ୍ରହଣ କରିଥାନ୍ତି | ଯିଏବି ଆସନ୍ତି ପାଲିଜୋଦୁପୁରରେ ଅଟକି ଏହି ଓମ ବନ୍ନା ମନ୍ଦିରଦର୍ଶନ କରିଯାନ୍ତି |

 

Breaking News