Report Card Odisha

| Daily Odia News

ନିଶା କାରବାରରେ ଲାଗିବ ରୋକ,ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦିନକୁ ଦିନ ମିଶା କାରବାର ବୃଦ୍ଧି ପାଉଥିଛି | ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ହୋଇଛି । ଏହାର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି । ଜାତୀୟ ନାର୍କୋଟିକ୍ସ ଓ ଡ୍ରଗ୍ ନୀତି ଆଧାରରରେ ଟାସ୍କଫୋର୍ସ ଓଡ଼ିଶା ପାଇଁ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରିବ । ଜାତିସଂଘ ଦ୍ୱାରା ପ୍ରସ୍ତୁତ ବିଶ୍ୱ ଡ୍ରଗ ରିପୋର୍ଟ ୨୦୨୧ ଅନୁଯାୟୀ ୨୦୧୯ରେ ବିଶ୍ୱର ପ୍ରାୟ ୫ ଲକ୍ଷ ଲୋକ ଡ୍ରଗ୍ସ ସେବନରୁ ମୃତ୍ୟୁବରଣ କରୁଛନ୍ତି । ୧୮ ନିୟୁତ ଲୋକ ନିୟମିତ ଡ୍ରଗ୍ସ ସେବନରୁ ଅସୁସ୍ଥ ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ବିଶ୍ୱରେ ୨୭୫ ନିୟୁତ ଲୋକ ଡ୍ରଗ୍ସ ସେବନ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଏହି ହାରରେ ୨୨ ପ୍ରତିଶତ ବୃଦ୍ଧି ହୋଇଛି । ଭାରତରେ ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ଲୋକଙ୍କ ମଧ୍ୟରେ ଡ୍ରଗ୍ସ ସେବନର ହାର ଉଦବେଗଜନକ ଭାବେ ବଢିଛି । ଏହି ଦୃଷ୍ଟିରୁ ଓଡିଶାରେ ଡ୍ରଗ୍ସ ସେବନ ଓ ବେଆଇନ ଚାଲାଣକୁ ମୂଳ ପୋଛ କାରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

Breaking News