ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ଭାଇରସ୍ ଲହର ପରେ ଲହର ମାଢି ଆସୁଛି | ନୂଆ ନୂଆ ରୂପ ଧାରଣ କରୁଛି କରୋନା | ଡେଲଟା ତୁଳନାରେ ୬ ଗୁଣ ଅଧିକ ସଂକ୍ରାମକ ‘ଓମିକ୍ରନ’ ଭାରିଏଣ୍ଟ | ବର୍ତ୍ତମାନ ସମଗ୍ର ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି କରୋନା ଭାଇରସ୍ର ନୂତନ ସ୍ଵରୂପ | ପୁଣି ଥରେ ଅନେକ ଦେଶରେ ଲକ୍ଡାଉନ୍ ଏବଂ କରୋନା ସଂପର୍କିତ କଟକଣାର ଆଶଙ୍କା ବଢାଇ ଦେଇଛି। ଏହା ମଧ୍ୟରେ ପ୍ରଶ୍ନ ଆସୁଛି କି ବର୍ତ୍ତମାନର ଟୀକା ଓମିକ୍ରନ ଭାରିଏଣ୍ଟର ମୁକାବିଲା ପାଇଁ ସହାୟକ ହେବ କି ନାହିଁ । ବୈଜ୍ଞାନିମାନେ ଓମିକ୍ରନ ଭାରିଏଣ୍ଟ ଉପରେ କଡା ନଜର ରଖିଛନ୍ତି ଏବଂ ଏହାର ଯାଞ୍ଚ ଜାରି ରହିଛି।ଫାର୍ମା କମ୍ପାନୀ ମୋଡେର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ପଲ୍ ବର୍ଟନ କହିଛନ୍ତି, ବର୍ତ୍ତମାନର ଭ୍ୟାକ୍ସିନ ଓମିକ୍ରନ ଭାରିଏଣ୍ଟ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ସନ୍ଦେହ। ଯଦି ଏମିତି ହୁଏ ତେବେ ଭ୍ୟାକ୍ସିନରେ ସୁଧାର କରାଯାଇ ପରବର୍ତ୍ତୀ ଡୋଜ୍ ଆସନ୍ତା ବର୍ଷ ସୁଦ୍ଧା ଉପଲବ୍ଧ ହୋଇପାରେ। ବ୍ଲୁମର୍ଗର ଏକ ଖବର ଅନୁଯାୟୀ, ପଲ୍ ବର୍ଟନ କହିଛନ୍ତି, ମୋଡେର୍ଣ୍ଣା ଓମିକ୍ରନ ଭାରିଏଣ୍ଟ ବିରୋଧରେ ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ତାର ଯାଞ୍ଚ କରୁଛି। କମ୍ପାନୀ ଦୁଇଟି ବୁଷ୍ଟର ଡୋଜ୍ ଉପରେ ଅଧ୍ୟୟନ କରୁଛନ୍ତି। ବ୍ରିଟେନର ସ୍ଵାସ୍ଥ୍ୟ ସଚିବ ସାଜିଦ ଜାଭେଦ କହିଛନ୍ତି, ଓମିକ୍ରନ ସଂପର୍କିତ ୨ ମାମଲା ସମ୍ନାକୁ ଆସିବା ପରେ ଜରୁରୀ ପଦକ୍ଷେପ ନିଆଯାଇଛି। ବୈଜ୍ଞାନିକ ନୂତନ ଭାରିଏଣଟ୍ ଉପରେ ଗବେଷଣା ଚଳାଇଛନ୍ତି। ବର୍ତ୍ତମାନ ଦେଶରେ ଓ୍ଵାର୍କ ଫ୍ରମ ହୋମ୍ ଏବଂ କୋରନା କଟକଣା ଲଗାଯିବାର ଆବ୍ୟକତା ନାହିଁ। ପଲ୍ ବର୍ଟନ ବିବିସି ସହ ଆଲୋଚନା ବେଳେ କହିଛନ୍ତି , ଓମିକ୍ରନ ଭାରିଏଣ୍ଟ ବିରୋଧରେ ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ଜାଣିବା ପାଇଁ ହେଲେ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ। ଯଦି ଆମକୁ ନୂତନ ଭ୍ୟାକ୍ସିନର ଆବଶ୍ୟକତା ଅନୁଭବ ହୁଏ ତେବେ ଏହା ଆଗାମୀ ୨୦୨୨ ସୁଦ୍ଧା ବଡ ସଂଖ୍ୟାରେ ଉପଲବ୍ଧ ହୋଇ ପାରିବ। ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ଏହା ସେହି କଥା ଉପରେ ନିର୍ଭର କରେ ଯେ, ବ୍ୟକ୍ତି ଜଣଙ୍କ କେତେ ସମୟ ପୂର୍ବରୁ ଭ୍ୟାକ୍ସିନ ନେଇଥିଲେ। ବର୍ତ୍ତମାନ କୋଭିଡ୍-୧୯ର ଭ୍ୟାକ୍ସିନ ନେବାକୁକ ପରାମର୍ଶ ଦିଆଯାଉଛି। ଅନ୍ୟପଟେ ରୁଷ ନିର୍ମିତ ସ୍ପୁଟନିକ ଭି ଏବଂ ସ୍ପୁଟନିକ ଲାଇଟ ଟିକା କରୋନା ଭୁତାଣୁର ଓମିକ୍ରନର ମୁକାବିଲା କରିବାରେ ପ୍ରଭାବୀ ହୋଇପାରିବ ବୋଲି ଏହା ପ୍ରସ୍ତୁତ କରିଥିବା ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ସୋମବାର ଦିନ ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଏବଂ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି ଯେ ସ୍ପୁଟନିକ ଭି ଓ ସ୍ପୁଟନିକ ଲାଇଟ ଟିକା ଓମିକ୍ରନର ମୁକାବିଲା କରିବାକୁ ସମର୍ଥ ହୋଇପାରିବ । କାରଣ ସେଥିରେ ଅନ୍ୟାନ୍ୟ ପ୍ରକରଣର ମୁକାବିଲା କରିବାକୁ ଅଧିକ ସାମର୍ଥ୍ୟ ରହିଛି । ଯଦି ଏହି ଟିକାରେ ଆଉ କୌଣସି ପରିବର୍ତ୍ତନ ଆବଶ୍ୟକ ପଡିବ ନାହିଁ ତେବେ ଏହା ୨୦୨୨ ଫେବ୍ରୁଆରୀ ୨୦ ସୁଦ୍ଧା କୋଟି କୋଟି ସଂଖ୍ୟାରେ ଓମିକ୍ରନ ବୁଷ୍ଟର ଟିକା ଯୋଗାଇଦେବ ବୋଲି ରଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ସିଇଓ କିରିଲ ଦିମିତ୍ରିଏଭ କହିଛନ୍ତି । ସେ କହିଛନ୍ତି ଯେ, ଟିକା କ୍ଷେତ୍ରରେ ଅସଙ୍ଗତି କାରଣରୁ ଓମିକ୍ରନ ଏବଂ ଅନ୍ୟାନ୍ୟ ପ୍ରକରଣ ଦେଖିବାକୁ ମିଳୁଛି । ସ୍ପୁଟନିକ ବିବିଧ ପ୍ରକାର ଟିକା ବର୍ଗ ସପକ୍ଷରେ ମତ ଦେଇଆସିଛି ଏବଂ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଏକତ୍ର କାର୍ଯ୍ୟ କରିବାକୁ ମଧ୍ୟ ଏହା କହୁଛି । ସ୍ପୁଟନିକ ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକା କୋଭିଡର ବିଭିନ୍ନ ପ୍ରକରଣର ମୁକାବିଲା କରିବାରେ ସମର୍ଥ ହୋଇପାରିବ ବୋଲି ସେ କହିଛନ୍ତି ।






More Stories
ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ…..
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ଜରିମାନା…..
ମୋଦି-ଜିନପିଙ୍ଗ ବଡ଼ ଡିଲ୍……