Report Card Odisha

| Daily Odia News

ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର ଜିଲ୍ଲାପାଳ ଓ ପୌର କମିସନରମାନଙ୍କୁ ବର୍ଷା ସତର୍କତାନେଇ ଚିଠି ଲେଖିଛନ୍ତି। ଏଥିରେ ଉଲ୍ଲେଖ ରହିଛି ପ୍ରବଳ ବର୍ଷା ହେତୁ ବନ୍ୟାସ୍ଥିତି ସହ ତଳିଆ ଅଞ୍ଚଳରେ ପାଣି ଜମି ରହିବ। ଏଣୁ ପମ୍ପ ଜରିଆରେ ଜଳ ନିସ୍କାସନ ଲାଗି ପଦକ୍ଷେପ ନିଆଯିବ। ଏହାଛଡ଼ା ସହରର ଡ୍ରେନଗୁଡ଼ିକୁ ସଫା କରିବାକୁ କୁହାଯାଇଛି। ଠିକ୍ ସେହିପରି ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ରହିଛି। ନଦୀବନ୍ଧ ଓ କେନାଲ ବନ୍ଧର ମରାମତି କରାଯିବା ଉପରେ ଗୁରୁତ୍ବ ଦେବା ଲାଗି କୁହାଯାଇଛି। ବର୍ଷା ଲାଗି ରହିବା ଯୋଗୁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ଜଳମଗ୍ନ ଅଞ୍ଚଳରେ ଯାନବାହନ ଚଳାଚଳ ଯେପରି ସୁରୁଖୁର ଭାବେ ହୋଇପାରେ ସେଥିପ୍ରତି ବି ଧ୍ୟାନ ଦିଆଯିବ। ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ଏଣୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ସ୍ଥିତି ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ବି ପରାମର୍ଶ ଦିଆଯାଇଛି। ତଳୁଆ ଅଞ୍ଚଳ ଓ ଅଣ୍ଡରପାସ ରୋଡରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Breaking News