Report Card Odisha

| Daily Odia News

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ୧୯୮ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିରରେ ପରିଷଦ ର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୯୮ ତମ କଥାମୃତ ଓ ଭଜନ,ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ଭକ୍ତି ଟ୍ରଷ୍ଟ, ଶୈଳେଶ୍ରୀ ବିହାର ଜଗନ୍ନାଥ ମନ୍ଦିର ର ମୂଖ୍ୟ ଟ୍ରଷ୍ଟୀ ହେମନ୍ତ ମହାପାତ୍ର, ସଭାପତି ଆଶିଶ କୁମାର ମଲ୍ଲିକ ସମ୍ପାଦକ ଗୋପାଳ କୃଷ୍ଣ ପଟନାୟକ ରଣଞ୍ଜିତ ମହାନ୍ତି ଉପସ୍ଥିତ ରହି ସମସ୍ତଙ୍କୁ ସ୍ଵାଗତ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ | ପରିଷଦର ଏହି କାର୍ଯ୍ୟକ୍ରମ ରେ ପ୍ରବକ୍ତା ପଣ୍ଡିତ ଶ୍ରୀଯୁକ୍ତ ରାମଚରଣ ଦାସ ମହାରାଜ ଶ୍ରୀଜଗନ୍ନାଥ ଙ୍କ ସମନ୍ଧରେ ବହୁ କଥା କହି ଥିଲେ | ମଞ୍ଜୁଶ୍ରୀ ମହାନ୍ତି ଙ୍କ ସହଯୋଗ ରେ ଭଜନ ପରିବେଷଣ ହୋଇଥିଲା| ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ,ରବି ନାରାୟଣ ମହାପାତ୍ର, ରବି ନାରାୟଣ ମିଶ୍ର,କୋଷାଧ୍ୟକ୍ଷ ସୁରେଶ୍ ମିଶ୍ର ,ନିରଞ୍ଜନ ପଣ୍ଡା ,ଗାନ୍ଧୀ ଚୌଧୁରୀ, ଅଖିଳ ସାହୁ, ହରପ୍ରିୟା ବେହେରା ,ଅକ୍ଷୟ ସାହୁ,ଅକ୍ଷୟ ଉପାଧ୍ୟାୟ, ତ୍ରିଲୋଚନ ନାୟକ ବଂଶୀଧର ନାୟକ, ମନୋରଞ୍ଜନ ମହାନ୍ତି, ଶ୍ରୀନିବାସ ରାଓ, ମଙ୍ଗରାଜ ମହାନ୍ତି, ଶରତ ଦାସ ସମ୍ପାଦକ ନାରାୟଣ ମହାପାତ୍ର ଓ ପରିଷଦ ର ବରିଷ୍ଠ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ | ଶ୍ରୀଜଗନ୍ନାଥ ମନ୍ଦିର ଶୈଳଶ୍ରୀ ବିହାର ଅନୁଷ୍ଠାନ ର ପ୍ରମୂଖ ସଦସ୍ୟ ମାନେ ମଧ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ |

Breaking News