ରିପୋର୍ଟ କାର୍ଡ / ପୁରୀ
ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି। ଏଥିଯୋଗୁ ଭିଡ଼ ଆଶଙ୍କାରେ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ନୂଆ ଏସ୍ଓପି ଅନୁଯାୟୀ ମନ୍ଦିର ବନ୍ଦ ରଖାଯାଇଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ମହାପ୍ରଭୁଙ୍କର ପାର୍ଶ୍ୱ ପରିବର୍ତ୍ତନ ନୀତି ସହ ୨ଟି ବଡ଼ସିଂହାର ବେଶ ହେବ। ସେପ୍ଟେମ୍ବର ୧୦ ତାରିଖ ଦିନଠୁ ୩ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ସେପ୍ଟେମ୍ବର ୧୦ ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିଲା। ସେପଟେ ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଥିଲା।
More Stories
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..