ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ସ୍ବଦେଶ ଫେରିଆସିବାକୁ ଯୋଜନା କରିଛନ୍ତି। ଜୁଲାଇ ୧୪ ତାରିଖରେ ଗୋଟାବୟ ଦେଶ ଛାଡି ପ୍ରଥମେ ମାଳଦ୍ବୀପ ପଳାଇଥିଲେ। ପରେ ସେଠାରୁ ସେ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ଥାଇ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ପ୍ରାୟ ଦୁଇ ସପ୍ତାହ ହେଲା ସେ ସେଠାରେ ଅବସ୍ଥାପନ କରୁଛନ୍ତି। ସିଙ୍ଗାପୁରରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ପାଇଁ ଗୋଟାବୟଙ୍କୁ ଭୁଲ୍ ନିଷ୍ପତ୍ତିକୁ ଦାୟୀ କରି ଦେଶବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରି ରାଷ୍ଟ୍ରପତି ଭବନକୁ ଅକ୍ତିଆର କରିଥିଲେ। ଗୋଟାବୟଙ୍କ ଇସ୍ତଫା ପରେ ରନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..