ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜିଠୁ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଭାରତବର୍ଷର ବିଭିନ୍ନ ମନ୍ଦିର, ୪ ଧାମ ଓ ୧୨ଟି ଜ୍ୟୋତିଲିଙ୍ଗ, ଦାରୁ ଆସିଥିବା ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ। ଏନେଇ ଆଜି ସକାଳେ ଦେଶ ତଥା ଦେଶ ବାହାର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୁଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇଯିବେ। ପ୍ରଥମେ ଶ୍ରୀଜିଉଙ୍କ କରାଯାଇଥିଲା ନିମନ୍ତ୍ରଣ। ନୀଳାଦ୍ରୀ ଭକ୍ତ ନିବାସଠାରୁ ଶ୍ରୀମନ୍ଦିରର ସେବାୟତ ଓ ଅଧୀକାରୀମାନଙ୍କର ଏକ ଟିମ୍ ବାହାରିବ । ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଯାତ୍ରା କରିବେ ସେବାୟତ ଓ ଅଧିକାରୀ। ପରିଚାଳନା କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ରାଜ୍ୟ ଭିତରେ ପ୍ରଥମ ଦଳ ଚିଲିକା, ଖଲ୍ଲିକୋଟ, କୋଦଳା ଅଞ୍ଚଳକୁ ଯାତ୍ରା କରିବ । ଦ୍ବିତୀୟ ଟିମ୍ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା, ତୃତୀୟ ଦଳ ଭୁବନେଶ୍ବର, କଟକ, ଯାଜପୁର, ଭଦ୍ରକ, ଚତୁର୍ଥ ଦଳ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପଞ୍ଚମ ଦଳ ଢେ଼ଙ୍କାନାଳ, ଅନୁଗୁଳ, ଦେବଗଡ଼, ଷଷ୍ଠ ଦଳ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସପ୍ତମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର ଯାତ୍ରା କରିବ । ସେହିପରି ଅଷ୍ଟମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନବମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଦଶମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଏକାଦଶତମ ଦଳ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ବାଦଶ ଦଳ ଦାରୁକ୍ଷେତ୍ର ପୁରୀ, କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଦଳ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆଳି, ରାୟଚକ୍ରଧରପୁର ଓ ଡେଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବେ । ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବତୀ ମନ୍ଦିର, ତିରୁପତି ବିଶ୍ବବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ବରମ୍ ଜ୍ୟୋତିର୍ଲିଙ୍ଗ, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରିନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍, ଥିରୁବନନ୍ତପୁରମ୍ ପଦ୍ମନାଭ ସ୍ୱାମୀ ମନ୍ଦିର, ସାବିରିମାଲା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ସହ ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ୧୭ଟି ଟିମ୍ ଗଠିତ ହୋଇଛି ।






More Stories
୨୮ ଯାଏଁ ଝଡ଼ବର୍ଷା…..
ଜଳିଗଲା ବସ୍….
ବଦଳିଲେ ଏସ୍ସିବି ଡିନ୍ ଓ ଅଧୀକ୍ଷକ…..