ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ନିଲମ୍ବିତ କରାଯାଇଛି। ଏ ସମ୍ପର୍କରେ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ତରଫରୁ ଏକ ବିବୃତରେ ସୂଚନା ଦିଆଯାଇଛି। ଶ୍ରୀମୟୀ ବିଜେଡିରେ ମହିଳା ବ୍ୟାପାର ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ ରହିଥିଲେ। କିଛି ଦିନ ହେବ ସେ ସାମାଜିକ ଗଣମାଧ୍ୟମରେ ଦଳ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଆସୁଥିଲେ। ଶ୍ରୀମୟୀଙ୍କ ବ୍ୟତୀତ କପ୍ତିପଦା ବ୍ଲକର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାଏ ଏବଂ ମୟୂରଭଞ୍ଜର ପୂର୍ବତନ ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଥିବା ବିବୃତିରେ ସୂଚନା ଦିଆଯାଇଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……