ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସତ୍ୟେନ୍ଦ୍ର କୁମାର ଜୈନଙ୍କ ଦ୍ୱାରା ନିୟନ୍ତ୍ରିତ କମ୍ପାନିଗୁଡ଼ିକ ସହିତ ଜଡିତ ୭.୪୪ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି କାର୍ଯ୍ୟାନୁଷ୍ଠାନ ସେପ୍ଟେମ୍ବର ୧୫ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ), ୨୦୦୨ ଅନୁଯାୟୀ ନିଆଯାଇଥିଲା।୨୦୧୭ ମସିହାରେ ଦାୟର ହୋଇଥିବା ଏକ ସିବିଆଇ ମାମଲାରୁ ଇଡି ଏହି ତଦନ୍ତ ଆରମ୍ଭ କରିଛି। ଯେଉଁଥିରେ ଜୈନ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସମୟରେ ୨୦୧୫ ଫେବ୍ରୁଆରିରୁ ୨୦୧୭ ମେ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ କରାଯାଇଥିଲା। ସିବିଆଇ ୨୦୧୮ ମସିହା ଡିସେମ୍ବରରେ ତାଙ୍କ ପତ୍ନୀ ପୁନମ ଜୈନ ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।






More Stories
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..