ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନୀ ମହିଳା ସୀମା ହାଇଦର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଏହି ଘଟଣାରେ ଭାରତ- ନେପାଳ ବର୍ଡରରେ ନିୟୋଜିତ ଏସ୍ଏସ୍ବିର ଜଣେ ଇନ୍ସପେକ୍ଟର ଓ ଜଣେ ଯବାନଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଇନ୍ସପେକ୍ଟର ସୁଜିତ କୁମାର ବର୍ମା ଓ ହେଡ କନଷ୍ଟେବଳ ଚନ୍ଦ୍ର କମଲ କଲିତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଉଲ୍ଲେଖ ଯୋଗ୍ୟ ସୀମା -ସୀମା ୪ ଛୁଆଙ୍କ ସହ ଏହି ରାସ୍ତାରେ ଭାରତରେ ପ୍ରବେଶ କରିଥିଲେ । ଗ୍ରେଟର ନୋଏଡାରେ ରହୁଥିବା ତାଙ୍କ ପ୍ରେମିକ ସଚିନଙ୍କ ନିକଟକୁ ଯାଇଥିଲେ। ସୀମାଙ୍କ ପ୍ରବେଶ ନେଇ ଏସଏସବି ବିଭାଗୀୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। ଯାଞ୍ଚ ପରେ ପଡ଼ିଥିଲା ଯେ ଏଠାରେ ଦୁଇ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ଥିଲେ। ଏସବୁ ସତ୍ତ୍ବେ କେମିତି ସୀମା ବର୍ଡରରେ ପ୍ରବେଶ କଲେ ତାହାକୁ ନେଇ ପ୍ରଶ୍ନ ବାଛି ସୃଷ୍ଟି ହୋଇଥିଲା । ବହୁ ଯାଞ୍ଚ ପରେ ଏହି ଦୁଇ ସୁରକ୍ଷାକର୍ମୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..