Report Card Odisha

| Daily Odia News

ବିବାଦରେ ଷ୍ଟାଲିନ୍‌ଙ୍କ ପୁଅ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଶନିବାର ସନାତନ ଧର୍ମକୁ ‘ଡେଙ୍ଗୁ’ ଓ ‘ମ୍ୟାଲେରିଆ’ ସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧ କରିବା ଉଚିତ ନୁହେଁ ବରଂ ଏହାକୁ ‘ମୂଳପୋଛ’ କରାଯିବା ଉଚିତ ବୋଲି କହିଛନ୍ତି। ସନାତନ ଧର୍ମକୁ ବିରୋଧ କରି ଅନୁଷ୍ଠିତ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍ କହିଛନ୍ତି ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ବରଂ ତାହାକୁ ମୂଳପୋଛ କରାଯିବା ଉଚିତ। ଡେଙ୍ଗୁ, ମଶା, ମ୍ୟାଲେରିଆ କିମ୍ବା କରୋନାକୁ ଆମେ ବିରୋଧ କରିପାରିବୁ ନାହିଁ। ଆମକୁ ଏହାକୁ ମୂଳପୋଛ କରିବାକୁ ପଡ଼ିବ। ସେହିପରି ଆମକୁ ସନାତନ ଧର୍ମର ବିଲୋପ ସାଧନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତାଙ୍କର ଏଭଳି ଘୃଣାତ୍ମକ ବୟାନକୁ ବିରୋଧ କରି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ତାମିଲନାଡ଼ୁରେ ବିରୋଧ ପ୍ରଦର୍ଶନ କରାଯାଇଛି। କେତେକ ରାଜ୍ୟରେ ହିନ୍ଦୁ ଧର୍ମଗୁରୁମାନେ ଏଭଳି ବୟାନ ବିରୋଧରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।

Breaking News