Report Card Odisha

| Daily Odia News

ବୈଷ୍ଣୋଦେବୀରେ ଦଳାଚକଟା ଯୋଗୁ ୧୨ ଶ୍ରଦ୍ଧାଳୁ ମୃତ, ୧୩ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନୂଆବର୍ଷରେ ବୈଷ୍ଣୋଦେବୀ ଭବନରେ ଦଳାଚକଟା ଯୋଗୁ ୧୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନୂଆବର୍ଷ ପାଇଁ ମା’ଙ୍କ ମନ୍ଦିରକୁ ଶ୍ରଦ୍ଧାଳୁ ଆସିଥିବା ବେଳେ, ଏହି ଅଘଟଣ ଘଟିଛି । ଏବେ ବି ଘଟଣାସ୍ଥଳରେ ଲୋକ ମାନଙ୍କୁ ଉଦ୍ଧାର କରାଯାଉଛି । ମେଡିକାଲ ଅଫିସର ଡକ୍ଟର ଗୋପାଳ ଦତ୍ତ କହିଛନ୍ତି, ଆହତମାନଙ୍କୁ ନାରାୟଣ ଡାକ୍ତରଖାନାକୁ ନିଆଯାଉଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କ ପ୍ରକୃତ ସଂଖ୍ୟା ଏପର୍ୟ୍ୟନ୍ତ ଜଣା ପଡିନାହିଁ। ସମସ୍ତଙ୍କର ଚିକିତ୍ସା ଚାଲିଛି। ଆହତଙ୍କ ମଧ୍ୟରେ ଦିଲ୍ଲୀ, ହ ହାତ ରିୟାଣା, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରର ଲୋକ ଅଛନ୍ତି ବୋଲି ଡାକ୍ତର ଗୋପାଳ କହିଛନ୍ତି । ଟ୍ୱିଟ୍‍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଆହତଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ନିହତ ତୀର୍ଥଯାତ୍ରୀଙ୍କ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ୫୦,୦୦୦ ଦିଆଯିବ । ଘଟଣାରେ ମଧ୍ୟ ଟ୍ୱିଟ୍‍ କରି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

Breaking News