ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଆଜି ନୀରବ ହୋଇ ଯାଇଛି। ବିଜନେସ ଟାଇକୋନ ରତନ ଟାଟାଙ୍କ ଦେହାନ୍ତରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଜି ଦିନିକିଆ ଶୋକ ପାଳନ କରଯିବ । ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କ ଦେହାନ୍ତରେ ସବୁଠି ଶୋକର ଛାୟା ଖେଳିଯାଇଛି। ଶୋକ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଭାରତ ଏକ ଆଇକନ୍ ହରାଇଛି। ଦେଶ ପାଇଁ ତାଙ୍କ ଅବଦାନ ଅମୂଲ୍ୟ ଅଟେ। ସେହିପରି ଉପରାଷ୍ଟ୍ରପତି ଏକ୍ସରେ କହିଛନ୍ତି ଆତ୍ମ ନିର୍ଭରଶୀଳ ଭାରତ ଗଠନରେ ତାଙ୍କ ଅବଦାନ ଭାରତ ତଥା ବାହାରେ ଉଦ୍ୟୋଗୀ ମାନଙ୍କ ପାଇଁ ସବୁ ଦିନ ପାଇଁ ପ୍ରେରଣା ହୋଇ ରହିବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରତନ ଟାଟା ଜଣେ ଦୂରଦ୍ରଷ୍ଟା ସମ୍ପନ୍ନ, ଦୟାଳୁ ଆତ୍ମା ସହ ଜଣେ ସାଧାରଣ ମଣିଷ ଥିଲେ। ସେ ଥିଲେ ସହୃଦୟ ଓ ଦରଦୀ ମଣିଷ । ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କୁ ବାରମ୍ବାର ଭେଟିଛି। ସେପଟେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ରଘୁବର ଦାସ ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଶୋକ ବାର୍ତ୍ତା ଜଣାଇଛନ୍ତି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ଉଭୟ ରାଜ୍ୟର ସରକାର।ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ଦିନିକିଆ ଛୁଟି ଘୋଷଣା ହୋଇଛି। ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ସେହିପରି ମୁମ୍ବାଇ ହେଉଛି ରତନ ଟାଟାଙ୍କ ହୋମ୍ ଟାଉନ୍। ତେଣୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଦିନିକିଆ ଶୋକ ଘୋଷଣା କରିଛନ୍ତି। ରତନ ଟାଟାଙ୍କ ସମ୍ମାନାର୍ଥେ ଏହି ଦୁଇ ରାଜ୍ୟ ଶୋକ ପାଳନ କରୁଛି। ମହାରାଷ୍ଟ୍ରରେ ସବୁ ସରକାରୀ କୋଠାରେ ଅର୍ଧନିମିତ ରହିବ ଜାତୀୟ ପତାକା। ସେହିପରି ଆଜି କୌଣସି ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରତନ ଟାଟାଙ୍କ ଅନ୍ତିମ ସଂସ୍କାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟା ଦେଶର ଅମୂଲ୍ୟ ରତ୍ନ। ସେ ଶିଳ୍ପ ତଥା ସାମାଜସେବା ତଥା ପରୋପକାର କ୍ଷେତ୍ରରେ ଦେଶ ତଥା ବିଶ୍ୱରେ ଏକ ଅବିସ୍ମରଣୀୟ ଛାପ ଛାଡି ଯାଇଛନ୍ତି, ଯାହାକୁ କେବେ ବି ଭୁଲି ହେବ ନାହିଁ। ସେ ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଥିଲେ। ତାଙ୍କ ଜୀବନ ସଫଳତାରେ ପରିପୂର୍ଣ୍ଣ ଥିଲା। ରତନ ଟାଟା ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ରାଜ କରୁଥିଲେ। ତାଙ୍କର ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ହେମନ୍ତ ସୋରେନ୍ ଟ୍ୱିଟ୍ କରି କହିଛନ୍ତି।
More Stories
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..