ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କେହି ଆଦିବାସୀଙ୍କ ଜମି ଦଖଲ କରିପାରିବେନି। ଆଜି ବିଧାନସଭା ପ୍ରଶ୍ନକାଳରେ ଏଭଳି କିଛି ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏବେ ବି କଠୋର ଆଇନ ରହିଛି, ଆଇନ ସଂଶୋଧନ ରହିଛି। ଆଦିବାସୀଙ୍କ ଜମି କ୍ରୟ ନେଇ ୬୫୪ ମାମଲା ବିଚାରାଧୀନ ରହିଛି। ଆଦିବାସୀ ଜମି ଦଖଲ ନେଇ ୮୮୧ ମାମଲା ବିଚାରାଧୀନ ରହିଛି। ଆଦିବାସୀଙ୍କ ଜମି ଅଣ ଆଦିବାସୀମାନେ କିଣିବା ନେଇ ପ୍ରାୟ ୧୯, ୬୯୦ ମାମଲା ରହିଛି। ମାମଲାର ବିଚାର କ୍ଷମତା ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି। ଚଞ୍ଚକତା କରି ଆଦିବାସୀ ମାନଙ୍କ ଜମି ନେଇଥିଲେ , ଉପଜିଲ୍ଲାପାଳ ଏହାର ବିଚାର କରିବେ। ଏଭଳି ପ୍ରାୟ ୧୨ ହଜାର ୨୭୯ ମାମଲା ବିଚାରଧୀନ ଥିବା ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……