Report Card Odisha

| Daily Odia News

ଦୋଷୀ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ…..

ରିପୋର୍ଟ କାର୍ଡ / ପୁରୀ

କୋଣାର୍କ ବଳଙ୍ଗା ଥାନା ବାୟାବର ଗାଁରେ ନାବାଳିକାକୁ ନିଆଁ ଲଗାଇଦେବା ଘଟଣା। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏବଂ କହିଛନ୍ତି ଏହି ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ପୀଡିତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସରକାର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ। ଘଟଣାରେ ଯିଏ ଦୋଷୀ , ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ କୋଣାର୍କ ବଳଙ୍ଗା ଥାନା ବାୟାବର ଗାଁରେ ଆଜି ଏଭଳି ଅଘଟଣ ସାମ୍ନାକୁ ଆସିଛି। ଯୁକ୍ତ ଦୁଇରେ ପାଠ ପଢୁଥିବା ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ୩ଜଣ ଦୁର୍ବୃତ୍ତ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ନାବାଳିକା ଛାତ୍ରୀକୁ ପିପିଲି ମେଡିକାଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଛି । ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ତେବେ ନାବାଳିକାଙ୍କ ଉପରେ କିଏ ଓ କାହିଁକି ନିଆଁ ଲଗାଇ ଦେଇଥିଲେ ସେନେଇ ତନାଘନା ଆରମ୍ଭ ହୋଇଛି ।

Breaking News