ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ । ଆଜି ଅପରାହ୍ନରେ ମଣିପୁରରୁ ରାଷ୍ଟ୍ରପତି ଶାସନ ହଟିଥିଲା ।ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ୟୁମନାମ୍ ଖେମଚାନ୍ଦ ସିଂହ । ମଣିପୁର ଲୋକଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲା ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେ ବିଜେପି ବିଧାୟକ, ବରିଷ୍ଠ ଦଳୀୟ ପଦାଧିକାରୀ ଏବଂ ରାଜ୍ୟର ଏନଡିଏର ଶୀର୍ଷ ନେତାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନରେ ଶ୍ରୀ ସିଂହଙ୍କ ନେତୃତ୍ୱରେ NDA ପ୍ରତିନିଧି ଦଳ ଲୋକଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ବହୁମତ ସହ ସରକାର ଗଠନ ପାଇଁ ଦାବି କରିଥିଲେ ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..