ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଡ୍ରାଇଭର ଏକତା ମହାମଞ୍ଚ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଡ଼ିଜି ଓ ସିପିଙ୍କ ଭେଟି ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଗଲା। ଗତକାଲିର ଆନ୍ଦୋଳନରେ ହାତରେ ସ୍ଲେଟ ଧରାଇ ଫଟୋ ଉଠାଇବା ଅପମାନିତ ଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଥିଲା ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ। ଆଜି ଡ଼ିଜିଙ୍କ ଠାରୁ ସୁରକ୍ଷାକୁ ନେଇ ପ୍ରତିଶ୍ରୁତି ଓ ତା ସହ ଅପମାନିତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶୃତି ଦିଆଯାଇଥିଲା। ଏହାପରେ ସେମାନେ ସ୍ଵାଭାବିକ ଭାବରେ ସହରରେ ଗାଡ଼ି ଚଳାଇବାକୁ ଆଶ୍ଵସ୍ତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଏହା ସତ୍ତ୍ୱେ ଯଦି ବି ତାଙ୍କୁ ଅଟକାଯାଏ କିମ୍ବା ଅପମାନିତ କରାଯାଏ ତେବେ ୧୧୨କୁ କଲ୍ କରି ସାହାଯ୍ୟ ନେଇପାରିବେ।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….