ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରବଳ ବର୍ଷା ସ୍ୱେତେ ଧାରଣା ଦେଇଥିବା ଠିକା କର୍ମଚାରୀ ସଂଘର ଆନ୍ଦୋଳନ ସଫଳ ହୋଇଛି | ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ଆନ୍ଦୋଳନକୁ ଓଲ୍ହାଇଥିଲା। ରାଜଧାନୀ ପିଏମ୍ଜିରେ ପ୍ରାୟ ୧୦ ହଜାର ଠିକା କର୍ମଚାରୀ ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ସହିତ ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ ଚାଲିଥିଲା । ଆଜି ଓଡିଶା ସରକାର ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଛି | ୧୫ ଦିନ ଭିତରେ ସରକାର ସଂଘର ଥିବା ସମସ୍ୟାର କରିବେ ସମାଧାନ । ଉପକୃତ ହେବେ ୪୨ଟି ବିଭାଗର ୭୦ ହଜାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ । ଦାବି ପୂରଣ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ କହିଛି ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..