ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବଳ ବର୍ଷା ଯୋଗୁଁ ଗତ ଶନିବାର ଦିଲ୍ଲୀର ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ରାଓଜ୍ ଆଇଏଏସ ଷ୍ଟଡି ସର୍କଲ ବେସ୍ମେଣ୍ଟରେ ପାଣି ପଶି ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ମାମଲାର ତଦନ୍ତ ଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଛି। ନିର୍ଦ୍ଧାରିତ ସମୟରେ ତଦନ୍ତ ପ୍ରକ୍ରିୟା ଯେପରି ଶେଷ ହୁଏ, ତାହା ତଦାରଖ ନିମନ୍ତେ ଜଣେ ବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ହାଇକୋର୍ଟ ଇତିମଧ୍ୟରେ ସେଣ୍ଟ୍ରାଲ ଭିଜିଲାନ୍ସ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଥିବା ଡ୍ରେନଗୁଡିକର ନିର୍ମାଣ ଶୈଳୀ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ବର୍ଷା ଜଳ ନିଷ୍କାସନରେ ବାଧା ଉପୁଜିଥିବା ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି। ଏଥିସହିତ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) କର୍ତ୍ତୃପକ୍ଷଙ୍କୁ ମଧ୍ୟ ତୀବ୍ର ଭର୍ତ୍ସନା କରିଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..