Report Card Odisha

| Daily Odia News

ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ…..

ରିପୋର୍ଟ କାର୍ଡ / ସମ୍ବଲପୁର

ମହାନଦୀକୁ ଡେଇଁପଡ଼ିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଛାତ୍ରୀଜଣଙ୍କ ଡେଇଁପଡିଥିବା ସୂଚନା ମିଳିଛି। ଛାତ୍ରୀଙ୍କ ନାଁ କାଜଲ ବୋଲି ଜଣାପଡ଼ିଛି। କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆଜି ସକାଳୁଆ ସ୍କୁଲ ଥିବାରୁ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଚାଉଁରପୁର ବ୍ରିଜ ନିକଟରେ ସେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ଏହାଦେଖି ମଣ୍ଣିଂୱାକ୍‌ କରୁଥିବା କିଛି ଲୋକ ପାଟି କରିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଆଖି ପିଛୁଳାକେ ଛାତ୍ରୀଜଣକ ପାଣିକୁ ଡେଇଁ ପଡ଼ିଥିଲେ। ଖବର ପାଇ ଉଦ୍ଧାର ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଜାରି ରଖିଥିବା ବେଳେ ଛାତ୍ରୀଙ୍କ ପତ୍ତା ମିଳି ପାରିନି।

Breaking News