ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁଭଦ୍ରା ଯୋଜନା ପାଇଁ ଏସଓପି ଜାରି ହୋଇଛି । ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଡେବିଟ୍ କାର୍ଡ ମହିଳାଙ୍କୁ ପ୍ରଦାନ କରାଯିବ । ୨୧ ବର୍ଷରୁ ୬୦ ବର୍ଷ ବୟସ୍କ ମହିଳା ଏହାର ଲାଭ ପାଇବେ । ଏଥିରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମହିଳାଙ୍କୁ ପ୍ରଦାନ କରାଯିବ । ୫ ବର୍ଷରେ ଯୋଗ୍ୟ ହିତାଧିକାରୀ ୫୦ ହଜାର ଟଙ୍କା ପାଇବେ । ଏକ କୋଟିରୁ ଅଧିକ ମହିଳା ଏଥିରେ ଲାଭବାନ ହେବେ । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ମହିଳାମାନେ ଆବେଦନ କରିପାରିବେ । ପ୍ରତି ପଞ୍ଚାୟତରେ ୧୦୦ ଜଣ ହିତାଧିକାରୀ ଚୟନ କରାଯାଇ ସେମାନଙ୍କୁ ଏହାର ଲାଭ ପ୍ରଦାନ କରାଯିବ । ତେବେ ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ଏଥିରୁ ବଞ୍ଚିତ ହେବେ । ସେହିଭଳି ସରକାରୀ ଚାକିରି କରୁଥିବା ମହିଳା ସୁଭଦ୍ରା ସହାୟତା ପାଇବେନି । ଆୟକର ପ୍ରଦାନ କରୁଥିବା ମହିଳାଙ୍କୁ ଏହାର ଲାଭ ମିଳିବନି । ମାସିକ ୧୫ ଶହ ବା ବାର୍ଷିକ ୧୮ ହଜାର ଟଙ୍କା ପାଉଥିବା ମହିଳା ଏହି ସହାୟତାର ଲାଭ ପାଇବେନି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……