ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ଆବେଦନ କରିଥିବା ବହୁ ସଂଖ୍ୟକ ମହିଳାଙ୍କ ବ୍ୟାଙ୍କ ଖାତାରେ ଏପର୍ଯ୍ୟନ୍ତ ଟଙ୍କା ପହଞ୍ଚିନାହିଁ। କେତେକଙ୍କର ଆବେଦନ ସ୍ଥିତି ଅଣ୍ଡର ପ୍ରୋସେସ୍ ଦେଖାଉଥିବାବେଳେ ଅନ୍ୟ କେତେକଙ୍କର କୌଣସି ଜମିଜମା ଅବା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ମାନଦଣ୍ଡର କୌଣସି ଅଯୋଗ୍ୟ ସ୍ଥିତି ନ ଥିଲେ ମଧ୍ୟ ସେମାନଙ୍କ ଆବେଦନକୁ ରିଜେକ୍ଟ କରାଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପ୍ରଥମ ପ୍ରର୍ଯ୍ୟାୟର ତୃତୀୟ କିସ୍ତି ଆବେଦନକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିବା ନେଇ ସରକାର ସୂଚନା ଦେଇଥିଲେ ମଧ୍ୟ ବହୁ ସଂଖ୍ୟକ ଅଣ୍ଡର ପ୍ରୋସେସ୍ ଏବଂ ରିଜେକସନ୍ ସ୍ଥିତି ଜାରି ରହିଛି। ଏହି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି,ଆସନ୍ତା ୧୫ ଦିନ ମଧ୍ୟରେ ରାଜ୍ୟରେ ଜାରି ରହିଥିବା ସୁଭଦ୍ରା ଯୋଜନାର ଯାଞ୍ଚ୍ ଶେଷ ହେବ। ଯାଞ୍ଚ୍ରେ ରିଜେକସନ୍ ତାଲିକାର ଯାଞ୍ଚ୍ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି। କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଳାରେ ଅଧିକ ଆବେଦନ ରିଜେକସନ୍ ହୋଇଛି। ଅଧିକ ଆବେଦନ ରିଜେକସନ୍ ହୋଇଥିବା ଅଞ୍ଚଳକୁ ଗୁରୁତ୍ବ ପ୍ରଦାନ କରାଯାଉଛି। ଏହି ମର୍ମରେ ଶୁକ୍ରବାରଠାରୁ ମାଲକାନଗିରିରେ ଯାଞ୍ଚ୍ ଆରମ୍ଭ ହେବ। କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଳାରେ ଅଧିକ ଆବେଦନ ରିଜେକସନ୍ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..