ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳର ୧୦ ଜିଲା ପରିଷଦ ସଭାପତିଙ୍କ ସହ ବିରୋଧୀଦଳନେତା ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେମାନଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଥିଲେ ନବୀନ। ସେ କହିଛନ୍ତି ଯେ ପଞ୍ଚାୟତିରାଜ ବ୍ୟବସ୍ଥାରେ କ୍ଷମତା ହଡପ ଉଦ୍ୟମକୁ ରୋକାଯିବ। ତାହା ସହ କ୍ଷମତା ହଡପ ଉଦ୍ୟମକୁ ରୋକିବାକୁ ଆଇନଗତ ଲଢ଼େଇ ଲଢ଼ାଯିବ। ପ୍ରତିକୂଳ ପରିସ୍ଥିତି ପରେ ବି ବିକାଣ କାମ ଜାରି ରଖିବାକୁ ପରାର୍ମଶ ନବୀନ ଦେଇଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଦୃଢ଼ ପାଇଁ ବିଜେଡି ପଦକ୍ଷେପ ନେଇଥିଲା। ବିଜେପି ସରକାର ବିରୁଦ୍ଧରେ ସୃଷ୍ଟି ହୋଇ ଥିବାପ୍ରବଳ ଜନ ଅସନ୍ତୋଷ କୁ ଅସ୍ତ୍ର କରି ଲୋକଙ୍କ ନିକଟତର ହେବାକୁ ସେ ପରାମର୍ଶ ଦେଇଛନ୍ତି।ସରକାରଙ୍କ କାର୍ଯ୍ୟ, ପ୍ରତିଶ୍ରୁତି ପୂରଣରେ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ସେ କହିଛନ୍ତି। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଆରମ୍ଭ କରିବାକୁ ଅପିଲ କରିଛନ୍ତି ନବୀନ ।






More Stories
ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି…..
୪୦୦ ନିୟୁତ ତୈଳ ପଠାଇବ ଆଇଇଏ…..
IAS ସ୍ତରରେ ଅଦଳବଦଳ…..