ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥିତି ପରଖିଥିବା ନେଇ ଖବର ସାମ୍ନାକୁ ଆସିଛି । ‘ସୁଭଦ୍ରା’ ଓ ‘ଆବାସ ଯୋଜନା’ ବାବଦରେ ଲୋକଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ । ‘ସୁଭଦ୍ରା’ରେ ୨୯୩୨ ରିଜେକ୍ଟ ଆବେଦନର ସାନି ବିଚାର ହେବ ବୋଲି ସେ କହିଛନ୍ତି । ସରକାରୀ ପ୍ରତିନିଧି ଆସି ଘର ଘର ବୁଲି ସମସ୍ୟାର ସମାଧାନ କରିବେ । ‘ଆବାସ ଯୋଜନା’ରେ ଘର ନିର୍ମାଣ ପାଇଁ ଏଠି ଅଧିକ ଖର୍ଚ୍ଚ ହେଉଛି । ତେଣୁ ସରକାର ବଣ୍ଡାଘାଟିବାସୀଙ୍କୁ ଆବାସ ପାଇଁ ଅଧିକ ୫୦ ହଜାର ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।






More Stories
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..
ହ୍ବାଟ୍ସ ଆପ୍ରେ ମିଳିବ ରାଜସ୍ୱ ସେବା…..
ଶିଶୁ ବାଟିକା ପିଲାଙ୍କୁ ମାଗଣା ପୋଷାକ…..