Report Card Odisha

| Daily Odia News

ପ୍ରେମିକା ମଥାରେ ସିନ୍ଦୁର ଦେଖି ଜୀବନ ହାରିଲେ ପ୍ରମିକ……

ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା

ପ୍ରେମିକା ମଥାରେ ଆଉ କାହା ନାଁର ସିନ୍ଦୁର ଦେଖି ସହିପାରିଲେନି ପ୍ରେମିକ| ଶେଷରେ ଜୀବନ ହାରିଲେ ପ୍ରମିକ | ଆଜିକାଲି ପ୍ରେମ ସମ୍ପର୍କକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି । ଏକ ଅଧୁରା ପ୍ରେମ କାହାଣୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନ ବଳିପାଳ ପଞ୍ଚାୟତ ବାଲିସାହି ଗାଁରେ ଦେଖିବାକୁ ମିଳିଛି | ପ୍ରେମିକା ମଥାରେ ଆଉ କାହା ନାଁର ସିନ୍ଦୁର ଦେଖି ଆତ୍ମହତ୍ୟା କରିଛନ୍ତି ପ୍ରେମିକ । ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଧିନ ବଳିପାଳ ପଞ୍ଚାୟତ ବାଲିସାହି ଗାଁର ରାମଚନ୍ଦ୍ର ନାୟକଙ୍କ ପୁଅ ଦୀପକ କୁମାର ନାୟକ ଅନୁଗୁଳର ଏକ ବ୍ୟାଙ୍ଗରେ ସହକାରୀ ଶାଖା ପରିଚାଳକ ଭାବେ କାମ କରୁଥିଲେ । କିନ୍ତୁ ସେ ଯେଉଁ ଝିଅଙ୍କୁ ପ୍ରେମ କରୁଥିଲେ, ତାଙ୍କ ପରିବାର ଲୋକ ଅନ୍ୟତ୍ର ବିବାହ କରିଦେଲେ । ପ୍ରେମିକାର ବାପାଙ୍କୁ ଯେତେ ନେହୁରା ହେଲେ ବି ସେ ଶୁଣିନଥିଲେ । ପ୍ରେମିକାର ବାହାଘର ପରେ ଦିନରାତି ଝଟପଟ ହେଉଥିଲେ ଦୀପକ । ଆଉ ପ୍ରେମିକାର ବାହାଘର ପରେ ହ୍ୱାଟସପରେ ମେସେଜ୍ ଆସିଥିଲା । ମୁଁ କିଛି ଭୁଲ କରିନି, ତମକୁ ଆହୁରି ଭଲ ଝିଅ ମିଳିଯିବେ ବୋଲି ଲେଖିଥିଲେ ପ୍ରେମିକା । ଏମିତି କଥାବାର୍ତ୍ତା ଭିତରେ କଷ୍ଟ ପାଇ ପାଇ ଶେଷରେ ଜୀବନ ହାରିଦେଇଛନ୍ତି ପ୍ରମିକ ଦୀପକ । ପୁଅର ମୃତ୍ୟୁ ନେଇ ପୋଲିସ ନିକଟରେ ନ୍ୟାୟର ଭିକ୍ଷା ମାଗୁଛନ୍ତି ପରିବାର ଲୋକେ ।

 

Breaking News