ରିପୋର୍ଟ କାର୍ଡ / ଧର୍ମଗଡ
ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତ ଦେହ | କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କିରକାକାନୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ଏହି ଗାଁର ହୋଇଥିବା ବେଳେ ଗତକାଲି ଠାରୁ ଦୁଇ ଜଣ ଘରୁ ପଳାଇଯାଇଥିଲେ । ଗତକାଲି ରାତିରୁ ଦୁଇ ପରିବାର ଦୁଇ ଜଣଙ୍କୁ ଖୋଜାଖୋଜି କରିଥିଲେ ହେଲେ କୋଣସି ସନ୍ଧାନ ପାଇ ନ ଥିଲେ । ଆଜି ସକାଳୁ ଗାଁର କିଛି ଲୋକ ଝୁଲନ୍ତା ଅବସ୍ଥାରେ ଦୁଇ ଜଣକୁ ଦେଖି ଦୁଇ ପରିବାରକୁ ଖବର ଦେବା ସହିତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..