ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବାଇଡେନ୍ ପ୍ରଶାସନର ସୁରକ୍ଷା ପରିଷଦ ଉପଦେଷ୍ଟା ଜାକ୍ ସୁଲିଭାନ୍ ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଏନ୍ଏସ୍ଏ ଅଜିତ ଡୋଭାଲ୍ଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ସେ ଆମେରିକାର ଏନ୍ଏସ୍ଏ ଜାକ୍ ସୁଲିଭାନ୍ଙ୍କୁ ଭେଟି ଆନନ୍ଦିତ। ଭାରତ-ଆମେରିକା ମଧ୍ୟରେ ବିଶ୍ବ ରଣନୀତି ସହଭାଗିତା, ଯାନ୍ତ୍ରିକ, ସାମରିକ, ମହାକାଶ, ଜୈବପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଏକ ନୂତନ ଉଚ୍ଚତାକୁ ଛୁଇଁଛି। ଉଭୟ ଦେଶର ଲୋକଙ୍କ ଓ ବିଶ୍ବର ମଙ୍ଗଳ ସକାଶେ ଦୁଇ ଗଣତନ୍ତ୍ରର ସମ୍ପର୍କକୁ ଦ୍ରୁତଗତିରେ ଆଗକୁ ବଢ଼ାଇବା ନିମନ୍ତେ ସେ ଆଶା ପୋଷଣ କରିଛନ୍ତି। ସେହିଭଳି ସାକ୍ଷାତ୍କାର ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ ଭାରତ-ଆମେରିକା ମଧ୍ୟରେ ଦୃଢ଼ ସହଭାଗିତା ନିମନ୍ତେ ସୁଲିଭାନଙ୍କ ବ୍ୟକ୍ତିଗତ ଯୋଗଦାନ ପ୍ରଶଂସନୀୟ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..