ରିପୋର୍ଟ କାର୍ଡ / ଭୁବନେଶ୍ଵର
ଡିସେମ୍ବର ୨୯ ତାରିଖରେ ଥିଲା ନନ୍ଦନକାନନର ପ୍ରତିଷ୍ଠା ଦିବସ । ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୩ଟାରେ ନନ୍ଦନକାନନ ୬୫ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। କର୍ମଚାରୀ, ଅଧିକାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସଚେତନତା ସଭା ଆୟୋଜନ କରାଯାଇଛି। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ , ଜଟଣୀ ବିଧାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରାଣୀ ଉଦ୍ୟାନ ପରିସରରେ ନବ ନିର୍ମିତ ନିରାପତ୍ତା କର୍ମଚାରୀ ବାସଗୃହ, ଲାଇବ୍ରେରୀ ଏବଂ ଡିଜିଟାଲ ହବ୍ , ନବୀକରଣ ହୋଇଥିବା ଭାଲୁ ଖୁଆଡ, ପକ୍ଷୀ କ୍ଵାରେନଣ୍ଟାଇନ୍ ଆଦିର ଉଦଘାଟନ କରିବେ ମନ୍ତ୍ରୀ। ଏହାସହ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ସଫଳ କର୍ମଚାରୀ ମାନଙ୍କୁ ଅର୍ଥ ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯିବ। ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ପରଲୋକରେ ରାଷ୍ଟ୍ରୀୟ ଶୋକ ଯୋଗୁଁ ପ୍ରତିଷ୍ଠା ଦିବସ ବାତିଲ କରାଯାଇଥିଲା।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……