ରିପୋର୍ଟ କାର୍ଡ / ପୁରୀ
ବିନାଭକ୍ତରେ ଶେଷ ହୋଇଛି ଶ୍ରୀକ୍ଷେତ୍ରର ବାହୁଡ଼ାଯାତ୍ରା। ବୁଧବାର ରଥ ଉପରେ ଶ୍ରୀଜୀଉଙ୍କୁ ଆକର୍ଷଣୀୟ ସୁନାବେଶ କରାଯିବ। ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ଭାବରଠାକୁର । କରୋନା କଟକଣା ଯୋଗୁଁ ଘରେ ବସି ଦୂରଦର୍ଶନ ମାଧ୍ୟମରେ ପ୍ରଭୁଙ୍କ ସୁନାବେଶ ଦେଖିବେ ଶ୍ରଦ୍ଧାଳୁ। ସୁନାବେଶ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଅପରାହ୍ଣ ୪ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇ ୫ଟା ୩୦ସୁଦ୍ଧା ଶେଷହେବ। ରାତି ୧୨ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିବାର ସୁଯୋଗ ମିଳିବ। ବିଳମ୍ବିତ ରାତିରେ ରଥଉପରେ ଗରୁଡ ଶୟନ ନୀତି ସମ୍ପନ୍ନ ହେବା କାର୍ଯ୍ୟକ୍ରମ ରହିଛି। ସାନ୍ଧ୍ୟ ଆଇନ ବଳବତ୍ତର ଥିବାରୁ କୌଣସି ଭକ୍ତଙ୍କୁ ରଥ ନିକଟକୁ କିମ୍ବା ବଡଦାଣ୍ଡକୁ ଯିବା ପାଇଁ ଅନୁମତି ମିଳିବ ନାହିଁ।
More Stories
ସତର୍କ ରହିବେ….
ସରକାରୀ ସହାୟତା ମିଳିବ…..
ସୁସ୍ଥ ଓ ନିରାମୟ ରହିବେ…..