ରିପୋର୍ଟ କାର୍ଡ / କୋଲକାତା
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଜରେ ବାହାର ରାଜ୍ୟ | ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ପରେ ଏବେ ମମତା ରାଜ୍ୟ ବାହାରେ ଖେଲା କରିବାକୁ ପ୍ରସ୍ତୁତ ହେଉଛନ୍ତି | ମୁଖ୍ୟମନ୍ତ୍ରୀ ମମତା ଓ ତାଙ୍କ ପାର୍ଟି ତୃଣମୂଳ କଂଗ୍ରେସର ନଜର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ଗୁଜରାଟ ଉପରେ । ଏଠାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାର ପ୍ରସ୍ତୁତି ମଧ୍ୟ ଟିଏମସି ଆରମ୍ଭ କରି ଦେଇଛି। ଜୁଲାଇ ୨୧ରେ ମମତା ବାନାର୍ଜୀ ସହିଦ ଦିବସ ଅବସରରେ ସମଗ୍ର ଦେଶରେ ଭର୍ଚୁଆଲ ରାଲି ଆୟୋଜନ ହେଉଛି । ଏ ପର୍ଯ୍ୟନ୍ତ ମମତା ବାନାର୍ଜୀ ସହିଦ ଦିବସ କାର୍ଯ୍ୟକ୍ରମକୁ କୋଲକାତା ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସୀମିତ ରଖିଥିଲେ । ହେଲେ ଏବେ ଦେଶର ଅନେକ ରାଜ୍ୟରେ ଭର୍ଚୁଆଲ ବୈଠକ କରିବାକୁ କରିବାକୁ ଯାଉଛନ୍ତି। ଗୁଜରାଟରେ ଗୁଜରାଟି ଭାଷାରେ ଏହି ଭର୍ଚୁଆଲ ମିଟିଂର ବ୍ୟାନର ଲଗାଯାଇଛି। ପ୍ରଥମ ଥର ଗୁଜରାଟରେ ଲାଗିଲା ମମତାଙ୍କ ବ୍ୟାନର| ଅହମ୍ମଦାବାଦର ରାଜ୍ୟ ପରିବହନ ବସ ଷ୍ଟାଣ୍ଡରେ ଗୁଜରାଟି ଭାଷାରେ ଲଗାଯାଇଥିବା ବ୍ୟାନରରେ ଲେଖା ହୋଇଛି ଯେ, ଜୁଲାଇ ୨୧ରେ ମମତା ଦିଦି ଅପରାହ୍ନ ୨ଟାରେ ଭର୍ଚୁଆଲ ମିଟିଂକୁ ସମ୍ବୋଧିତ କରିବେ। ଗୁଜରାଟରେ ମମତାଙ୍କ ଫଟୋ ସହିତ ଲାଗିଥିବା ବ୍ୟାନର ବହୁତ କିଛି ବର୍ଣ୍ଣନା କରୁଛି। ପ୍ରଥମ ଥର ମମତାଙ୍କ ବ୍ୟାନର ଗୁଜରାଟରେ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ବିଜୟ ପରେ ଉତ୍ସାହିତ ମମତା ଗୁଜରାଟର ନିର୍ବାଚନୀ ମଇଦାନରେ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି।
Discussion about this post