ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ଓଡ଼ିଶାରେ ବିଶ୍ୱକପ୍ ହକି ଚାଲିଥିବା ବେଳେ ଟ୍ରଫି ପରିକ୍ରମା କୁନେଇ ବିବାଦ ଦେଖା ଦେଇଛି | ଟ୍ରଫି ପରିକ୍ରମା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର କରି ଏପରିକି ଗାଡ଼ିରୁ ଓହ୍ଲାଇ ଦିଆଯାଇଛି। ଏପରି ଅଭିଯୋଗ ସୁନ୍ଦରଗଡ଼ ପିଡିଡିଆର୍ଡିଏଙ୍କ ବିରୋଧରେ ଆସିଛି। ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଟ୍ରଫି ଥିବା ଗାଡ଼ିରୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଠେଲାପେଲା ଓ କଥା କଟାକଟି ହୋଇଥିଲା। ବିଶ୍ୱକପ୍ ହକି ଟ୍ରଫି ଆଜି ସୁନ୍ଦରଗଡ଼ ମ୍ୟୁନିସିପାଲିଟି ପରିକ୍ରମା କରୁଥିଲା। ଟ୍ରଫିଟି ନୂଆବସ୍ ଷ୍ଟାଣ୍ଡରୁ ବାହାରି ବୟନିକା ଛକ ଅଭିମୁଖେ ଗଲା ବେଳେ ରାସ୍ତାରେ ଜୟ ଜଗନ୍ନାଥ ଟ୍ରକ୍ ଆସୋସିଏସନ୍ ପକ୍ଷରୁ ଭବ୍ୟ ସ୍ୱାଗତ ପାଇଁ ବ୍ୟବସ୍ଥା କରାଯାଇଥିଲା। ସ୍ୱାଗତ କରିବା ପାଇଁ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂ, ତଲସରାର ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝି ଓ ବିଜେଡି କର୍ମୀମାନେ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଟ୍ରଫି ଥିବା ଗାଡ଼ିଟି ପହଞ୍ଚିଥିଲା। ଠିକ୍ ସେହି ସମୟରେ ଯୋଗେଶ ସିଂ, ଡକ୍ଟର ପ୍ରଫୁଲ୍ଲ ମାଝି ଓ ବିଜେଡି କର୍ମୀମାନେ ଟ୍ରଫି ଥିବା ଗାଡ଼ି ଉପରେ ଚଢ଼ିଯାଇ ସେଲ୍ଫି ଉଠାଉଥିଲେ। ଯାହାକୁ ବିରୋଧ କରିଥିଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମନୋଜ ସତ୍ୟବାନ ମହାଜନ। ଏପରିକି ଦୁଇ ପୂର୍ବତନ ବିଧାୟକଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି। ବିଜେଡି ନେତା ଯୋଗେଶ ସିଂଙ୍କୁ ସେ ଜବରଦସ୍ତି ଗାଡ଼ିରୁ ତଳକୁ ଟାଣି ଆଣିଥିଲେ|






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..