ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୁନ୍ଦରଗଡ଼ରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ। ଅସମ୍ଭାଳ ହେଲାଣି ତାତି, ଅସ୍ୱାଭାବିକ ହେଲାଣି ଜୀବନଶୈଳୀ। ପାରଦ ଯେତିକି ଉପରମୁହାଁ ହେଉଛି ଅଶଂଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ିଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ କେଶ୍ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ୍ ୨୮ ଜଣ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ସରକାରୀ ମେଡିକାଲରେ ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ଜିଲ୍ଲାର ପିଏଚସି ସ୍ତରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ୱାର୍ଡ କରାଯାଇ ଚିକିତ୍ସା ଚାଲିଛି । ପିଏଚସିରେ ଗୋଟିଏ ଲେଖାଏଁ ୱାର୍ଡ, ସିଏଚସିରେ ଦୁଇଟି ଲେଖାଏଁ ୱାର୍ଡ, ସବଡିଭିଜନ ସ୍ତରୀୟ ମେଡିକାଲରେ ୪ ଟି ଲେଖାଏଁ ୱାର୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି ୱାର୍ଡ ସହ ଏସି, କୁଲରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହ ୨୪ ଘଣ୍ଟିଆ ଡାକ୍ତର ରହିଛନ୍ତି ଏବଂ ଔଷଧ ଏବଂ ଓଆରଏସ ମହଜୁଦ ରଖାଯାଇଛି। ଲୋକେ ଏହି ଅଂଶୁଘାତରୁ ବଞ୍ଚିବା ପାଇଁ କଣ କରିବେ, କଣ କରିବେ ନାହିଁ, ସେଥିପାଇଁ ଆଶାକର୍ମୀମାନଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଏନେଇ ସୁଚନା ଦେଇଛନ୍ତି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ କାହ୍ନୁ ଚରଣ ନାୟକ।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….