ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକାରେ କଂଗ୍ରେସକୁ ମିଳିଛି ବଡ ବିଜୟ। ଦଳ ୨୦୧୮ରେ ୮୦ଟି ଆସନ ଜିତିଥିବା ବେଳେ ୨୦୨୩ରେ ୧୩୫ଟି ଆସନ ଦଖଲ କରିଛି। କ୍ଷମତାସୀନ ବିଜେପି ୧୦୪ରୁ ଖସି ୬୬ରେ ପହଞ୍ଚିଛି। କଂଗ୍ରେସ କ୍ଷମତାକୁ ଫେରିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗିରହିଛି। କର୍ଣ୍ଣାଟକାରେ କଂଗ୍ରେସ ବିଜୟ ପଛରେ ବ୍ରେନ ସାଜିଥିବା ବ୍ୟକ୍ତି ଜଣଙ୍କ ହେଲେ ସୁନୀଲ କାନୁଗୋଲୁ। ତାଙ୍କ ଷ୍ଟ୍ରାଟେଜ ଯୋଗୁ କଂଗ୍ରେସ ଏତେ ଅଧିକ ସଫଳତା ପାଇଥିବା କୁହାଯାଉଛି। ତାଙ୍କ ଷ୍ଟ୍ରାଟେଜିକୁ ଆକଳନ କରିବାରେ ବିଫଳ ହୋଇଛନ୍ତି ଅନ୍ୟ ରାଜନୀତିକ ଦଳ। ତେବେ କିଏ ଏହି ସୁନୀଲ କାନୁଗୋଲୁ | କର୍ଣ୍ଣାଟକାର ମୂଳ ବାସିନ୍ଦା ହେଉଛନ୍ତି ସୁନୀଲ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ କ୍ୟାମ୍ପେନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତିର ମଙ୍ଗ ଧରିଥିବା ପ୍ରଖ୍ୟାତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଟିମରେ ଥିଲେ ସୁନୀଲ। ସେତେବେଳେ ତାଙ୍କ ଦ୍ୱାରା ପ୍ରସ୍ତୁତ ବିଚକ୍ଷଣ ନିର୍ବାଚନୀ ଷ୍ଟ୍ରାଟେଜି ବିଜେପିକୁ ଅଦ୍ଭୂତପୂର୍ବ ସଫଳତା ଦେଇଥିଲା।






More Stories
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!…..
ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..
ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…..