Report Card Odisha

| Daily Odia News

ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ,…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାକାଶଚାରୀ ସୁନିତା ୱିଲିୟମ୍ସ ମହାକାଶରୁ ପୃଥିବୀପୃଷ୍ଠକୁ ଫେରିବେ। ସୁନିତା ୱିଲିୟମ୍ସ ପୃଥିବୀ ପୃଷ୍ଠରେ ଓଲ୍ଲାଇବା ନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁନିତା ୱିଲିୟମ୍ସ ପ୍ରତ୍ୟାବର୍ତ୍ତନ ତାରିଖ ଓ ସମୟକୁ ନାସା ନିଶ୍ଚିତ କରିଛି। ନ୍ୟାସନାଲ ଏରେଳନେଟିକ୍ସ ଆଣ୍ଡ ସ୍ପେସ୍‌‌ ଆଡ୍‌‌ମିନିଷ୍ଟ୍ରେସନ(ନାସା) ପକ୍ଷରୁ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ଘର ବାହୁଡ଼ା ତାରିଖ ଓ ସମୟ ସମ୍ପର୍କରେ ସୂଚନା ଦିଆଯାଇଛି। ଆମେରିକୀୟ ସମୟ ଅନୁସାରେ ମାର୍ଚ୍ଚ ୧୮ ମଙ୍ଗଳବାର ସନ୍ଧ୍ୟା ୫ଟା ୫୭ରେ ସୁନିତା ୱିଲିୟମ୍ସ ପହଞ୍ଚିବେ ବୋଲି ନାସା ପକ୍ଷରୁ କୁହାଯାିଛି। ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ୩ଟା ୨୭ରେ ପହଞ୍ଚିବେ ସୁନିତା। ମହାକାଶରୁ ଫେରି ଫ୍ଲୋରିଡ଼ା ଉପକୂଳରେ ୨ ମହାକାଶଚାରୀ ଅବତରଣ କରିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଡ୍ରାଗନ ସ୍ପେସକ୍ରାଫ୍ଟ ଯାଇଛି। ୪ଜଣ ନୂଆ ମହାକାଶ କର୍ମଚାରୀ ମହାକାଶ କେନ୍ଦ୍ରକୁ ଯାଇଛନ୍ତି। ୯ ମାସ ହେବ ମହାକାଶରେ ଫସି ରହିଛନ୍ତି ସୁନିତା ୱିଲିୟମ୍ସ। ସୁନିତାଙ୍କ ସହ ବୁଚ ୱିଲମୋର ମଧ୍ୟ ମହାକାଶରେ ଫସି ରହିଛନ୍ତି।

Breaking News