Report Card Odisha

| Daily Odia News

ସନ୍ନି ଦେଓଲ ନିଖୋଜ ନେଇ ପୋଷ୍ଟର ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଥମେ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ନିଖୋଜ ହେବା ନେଇ ପୋଷ୍ଟର ମିଳିଥିଲା | ଏବେ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ମଧ୍ୟ ଲଗାଯାଇଛି । ସୂଚନା ଅନୁସାରେ, ଗୁରୁଦାସପୁରରେ ଏବେ ଲୋକମାନେ ବିଜେପି ସାଂସଦ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଥିଲା। ପୋଷ୍ଟରରେ ଲେଖାଯାଇଛି ଯେ, ସନ୍ନି ଦେଓଲ ଜୀଙ୍କୁ ଯିଏ ପାଇବ ସେ ପଠାନକୋଟ ଜିଲ୍ଲା ଯୁବ କଂଗ୍ରେସ ସହ ଯୋଗାଯୋଗ କରିବା । ଏହାସହ ଏହା ମଧ୍ୟ ଲେଖାଯାଇଛି ଯେ ସନ୍ନି ଦେଓଲଙ୍କପ ଖୋଜି ବାହାର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଉପଯୁକ୍ତ ପୁରସ୍କାର ଦିଆଯିବ । ସୂଚନାଯୋଗ୍ୟ ଯେ, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ନିଖୋଜ ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଏହି ପୋଷ୍ଟରରେ ସିଦ୍ଧୁଙ୍କ ଫଟୋ ସହ ନିଖୋଜଙ୍କ ସନ୍ଧାନ ବୋଲି ଲେଖାଯାଇଥିଲା । ଏହାସହ ସନ୍ଧାନକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଥିଲା ।

Breaking News