ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଛି । ସୋମବାର ସକାଳୁ ଦେଖିବାକୁ ମିଳିଛି ଏଭଳି ଦୁର୍ଲଭ ଦୃଶ୍ୟ । ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ତେବେ ଶୂନ୍ୟ ଗଣ୍ଠି ପଡିବା ପରେ ସେବାୟତ କହିଛନ୍ତି ଏହା ଅତ୍ୟନ୍ତ ଶୁଭଦାୟକ । ସେ କହିଛନ୍ତି ବିଶ୍ବାସ ରହିଛି ଶୂନ୍ୟ ଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ ସୂଚନା ଦେଇଛନ୍ତି। ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ରବିବାର ପ୍ରବଳ ପବନ ବହିଥିବା ଯୋଗୁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିଲା । ତେବେ ଏହି ପତିତପାବନ ବାନାକୁ ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ ।
More Stories
୪ ଦିନ ପରେ ବଢ଼ିବ ତାପମାତ୍ରା,କାଳବୈଶାଖୀ ସତର୍କତା ଜାରି……
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..
ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ…..