ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଛି । ସୋମବାର ସକାଳୁ ଦେଖିବାକୁ ମିଳିଛି ଏଭଳି ଦୁର୍ଲଭ ଦୃଶ୍ୟ । ସୂଚନା ଥାଉକି, ପୁରୀ ଶ୍ରୀମନ୍ଦିର ପତିତପାବନ ବାନାରେ ଦେଖିବାକୁ ମିଳିଥିଲା ଅଲୌକିକ ଦୃଶ୍ୟ । ପତିତପାବନ ବାନାରେ ପଡିଛି ଶୂନ୍ୟ ଗଣ୍ଠି । ତେବେ ଶୂନ୍ୟ ଗଣ୍ଠି ପଡିବା ପରେ ସେବାୟତ କହିଛନ୍ତି ଏହା ଅତ୍ୟନ୍ତ ଶୁଭଦାୟକ । ସେ କହିଛନ୍ତି ବିଶ୍ବାସ ରହିଛି ଶୂନ୍ୟ ଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ ସୂଚନା ଦେଇଛନ୍ତି। ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ରବିବାର ପ୍ରବଳ ପବନ ବହିଥିବା ଯୋଗୁ ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପଡିଯାଇଥିଲା । ତେବେ ଏହି ପତିତପାବନ ବାନାକୁ ଆଜି ସନ୍ଧ୍ୟା ସମୟରେ ଓହ୍ଳାଇ ଦିଆଯିବ ।






More Stories
୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ……
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..