ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୌଣସି ଆପରାଧିକ ମାମଲାରେ ୬୦ କିମ୍ବା ୯୦ ଦିନ ମଧ୍ୟରେ ଚାର୍ଜଶିଟ୍ ଦାଖଲ ହୋଇ ପାରିଲେ ତଳକୋର୍ଟ ଏବଂ ହାଇକୋର୍ଟ ଜାମିନ ଆବେଦନର ବିଚାର କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ଅଦାଲତଗୁଡ଼ିକ ରିତୁ ଛାବରିଆ ରାୟ ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ତଦନ୍ତକାରୀ ସଂସ୍ଥା ଅସମ୍ପୂର୍ଣ୍ଣ ଚାର୍ଜଶିଟ୍ ଦାଖଲ କରିଥିଲେ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିବାକୁ ହକ୍ଦାର ବୋଲି ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ। ଏହାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..