ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାକ୍ ସ୍ବାଧୀନତାକୁ ନେଇ ସୁପ୍ରିମ୍କୋର୍ଟ ଏକ ରାୟ ଶୁଣାଇଛନ୍ତି | କହିଛନ୍ତି ଯେ କୌଣସି ମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ବୟାନକୁ ଅପ୍ରତ୍ୟକ୍ଷ ଭାବେ ସରକାରଙ୍କ ସହିତ ଯୋଡ଼ିଦିଆଯାଇପାରିବ ନାହିଁ। ସାମୁହିକ ଦାୟିତ୍ବ ନୀତିକୁ ଲାଗୁ କରିବା ସତ୍ତ୍ବେ କୌଣସି ମନ୍ତ୍ରୀଙ୍କ ବୟାନ ସରକାରଙ୍କ ଅଧିକୃତ ବୟାନ ଭାବେ ଗ୍ରହଣ କରାଯିବ ନାହିଁ। ବାକ୍ ସ୍ବାଧୀନତା ତଥା ମତପ୍ରକାଶର ଅଧିକାରକୁ ନେଇ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସାର୍ବଜନୀନ ପଦରେ ଆସୀନ ବ୍ୟକ୍ତି ପାଇଁ ମତପ୍ରକାଶ କରିବା ସ୍ବାଧୀନତା ଉପରେ କୌଣସି ଅତିରିକ୍ତ କଟକଣା ଲାଗୁ ହୋଇପାରିବ ନାହିଁ ବୋଲି ସମ୍ବିଧାନ ପୀଠ କହିଛନ୍ତି। ମନ୍ତ୍ରୀ, ସାଂସଦ ଏବଂ ବିଧାୟକଙ୍କ ବାକ୍ ସ୍ବାଧୀନତା ନେଇ ଅଦାଲତ କହିଛନ୍ତି ଯେ ସେମାନଙ୍କ ବୟାନ ପାଇଁ ସେମାନେ ନିଜେ ଦାୟୀ। ସମ୍ବିଧାନର ଧାରା ୧୯(୨)ରେ ପୂର୍ବରୁ ଏହି ସ୍ବାଧୀନତା ଉପରେ କିଛି ଅଙ୍କୁଶ ରହିଛି । ଏହି ଧାରା ବାହାରେ ସେମାନଙ୍କ ଉପରେ କୌଣସି ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ ବୋଲି ଅଦାଲତ ୪:୧ ବହୁମତ ଆଧାରରେ ରାୟ ଶୁଣାଇଛନ୍ତି। ୫ ଜଣିଆ ସମ୍ବିଧାନ ପୀଠରେ କେବଳ ଜଣେ ବିଚାରପତି ଜଷ୍ଟିସ ବି ଭି ନାଗରତ୍ନା ଭିନ୍ନମତ ରଖିଥିଲେ। ଜଷ୍ଟିସ୍ ଏସ୍ ଅବଦୁଲ ନଜିରଙ୍କ ତତ୍ତ୍ବାବଧାନରେ ଗଠିତ ଏହି ଖଣ୍ଡପୀଠର ଅନ୍ୟ ବିଚାରପତିମାନେ ହେଲେ ବିଆର୍ ଗଭାଇ, ଏ.ଏସ୍. ବୋପନ୍ନା ଏବଂ ଭି. ରାମସୁବ୍ରମଣ୍ୟମ ।
More Stories
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ରାମ ମନ୍ଦିର…..
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..