ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧାରା ‘୩୭୦’ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଧାରା ୩୭୦ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ | କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଧାରା ୩୭୦ ସମ୍ପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଭାରତରେ ମିଶ୍ରଣ ପରେ ଆଉ ସ୍ୱତନ୍ତ୍ର ମାନ୍ୟତା ବଜାୟ ରଖିପାରିବନି। ସମ୍ବିଧାନର ସବୁ ଅନୁଚ୍ଛେଦ ଜମ୍ମୁକାଶ୍ମୀର ପାଇଁ ଲାଗୁ ହୋଇପାରିବ। ଧାରା ‘୩୭୦’ କେବଳ ଭାରତରେ ମିଶ୍ରଣ ପାଇଁ ଉଦ୍ଦିଷ୍ଟ ଥିଲା। ଜମ୍ମୁକାଶ୍ମୀର ସ୍ୱତନ୍ତ୍ର ସାର୍ବଭୌମତ୍ୱ ବଜାୟ ରଖି ପାରିବନି। ଜମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ନିର୍ବାଚନ ସହ ରାଜ୍ୟ ମାନ୍ୟତା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଦାଖକୁ କେନ୍ଦ୍ରଶାସିତ ଘୋଷିତ ନିଷ୍ପତ୍ତି ବଳବତ୍ତର ରହିବ। ଜମ୍ମୁ କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପାଇଁ ସୁପ୍ରିକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଥା ଶୀଘ୍ର ରାଜ୍ୟ ମାନ୍ୟତା ଫେରାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……