Report Card Odisha

| Daily Odia News

ସୁପ୍ରିମକୋର୍ଟର ୨ ବିଚାରପତି ନେଲେ ଶପଥ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ ବିଶ୍ୱନାଥନ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହି ୨ ଜଣଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ସର୍ବୋଚ୍ଚ ଅଦାଲତରେ ସର୍ବାଧିକ ୩୪ ଜଣ ବିଚାରପତି ରହି ପାରିବେ। ଏବେ ସବୁ ପଦବୀ ପୂରଣ ହୋଇ ସାରିଛି।

Breaking News