ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ମିଳିଲା ସୁପ୍ରିମ ପ୍ରାଓ୍ୱାର। ଦିଲ୍ଲୀ MCDରେ ଆଲର୍ଡମ୍ୟାନଙ୍କ ନିଯୁକ୍ତି ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେସନାଙ୍କୁ ଆଶ୍ୱସ୍ତି ମିଳିଥିବା ବେଳେ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା ଲାଗିଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଲର୍ଡମ୍ୟାନଙ୍କୁ ନିଯୁକ୍ତ କରିପାରିବେ ବୋଲି ଜଷ୍ଟିସ ପି. ଶ୍ରୀ ନରସିମ୍ହା ଏବଂ ଜଷ୍ଟିସ ସଞ୍ଜୟ କୁମାର ନିଜ ରାୟରେ କହିଛନ୍ତି। ଏଲ୍ଜିଙ୍କ ଦ୍ୱାରା ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲା। ଏଲଜି ମନଇଚ୍ଛା ସେମାନଙ୍କ ବିନା ପରାମର୍ଶରେ କାଉନସିଲରଙ୍କୁ ନିଯୁକ୍ତି କରିଥିବା ଦିଲ୍ଲୀ ସରକାର ଅଭିଯୋଗ କରିଥିଲେ। ଏହି ନିଯୁକ୍ତିକୁ ବାତିଲ କରାଯିବା ଉଚିତ୍ ବୋଲି ଆପ୍ ଦାବି କରିଥିଲା। ଏହି ମାମଲାର ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଏଲ୍ଜିଙ୍କ ୧୦ ଜଣ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତି ସଠିକ୍ ବୋଲି ଦର୍ଶାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, MCDରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍ଜିଙ୍କ ପାଖରେ ରହିଛି। ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ସରକାରଙ୍କ ପରାମର୍ଶ ବିନା MCDରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ। ନିର୍ବାଚିତ ସରକାରଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟପାଳ କାମ କରିବା ଆବଶ୍ୟକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରାୟ ୧୫ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ। ଗତ ବର୍ଷ ମେ ୧୭ରେ, ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଏମସିଡିରେ ‘ଆଲର୍ଡମେନ’ ନାମାଙ୍କନ ଦେବା କ୍ଷମତା ପ୍ରଦାନ କରିବା ଅର୍ଥ ହେଉଛି ଯେ ସେ ନିର୍ବାଚିତ ପୌରସଂସ୍ଥାକୁ ଅସ୍ଥିର କରି ପାରିବେ।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..