ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ସୁପ୍ରିମକୋର୍ଟ ଆସନ୍ତା ଦୁଇ ସପ୍ତାହ ପାଇଁ ଭର୍ଚୁଆଲ ଶୁଣାଣି କରିବେ। ଶାରୀରିକ ଶୁଣାଣି ଉପରେ ରୋକ୍ ଲଗାଯାଇଥିବା ସୂଚନା ମିଳିଛି । ସମସ୍ତ ଶାରୀରିକ ଶୁଣାଣି ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି। ଓମିକ୍ରନ୍ ସଂକ୍ରମଣ ଚିନ୍ତାଜନକଭାବେ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଦୁଇ ସପ୍ତାହ ପରେ ପରିସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ। ଶାରୀରିକ ଶୁଣାଣି ପାଇଁ ଗତ ଅକ୍ଟୋବର ୭ରେ ପ୍ରକାଶିତ ସଂଶୋଧିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ବର୍ତ୍ତମାନ ସ୍ଥଗିତ ରହିବ। ଏନେଇ ନୋଟିସ ଜାରି କରାଯାଇଛି। ସେହି ଅନୁଯାୟୀ ଜାନୁୟାରୀ ୩ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଭର୍ଚୁଆଲ୍ ମୋଡ୍ରେ ଶୁଶାଣି ହେବ। ସୁପ୍ରିମକୋର୍ଟର ରେଜିଷ୍ଟ୍ରାର ଚିରାଗ ଭାନୁ ସିଂ ଏବଂ ବିଏଲଏନ୍ ଆଚାର୍ଯ୍ୟଙ୍କ ଅନୁଯାୟୀ, ବ୍ୟକ୍ତିଗତ ଭାବେ ଆବେଦନକାରୀ ଏବଂ ଅନ୍ୟ ସମସ୍ତ ପକ୍ଷଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି। ମାର୍ଚ୍ଚ ୨୦୨୦ଠାରୁ ସର୍ବୋଚ୍ଚ ଅଦାଲତ ଭର୍ଚୁଆଲ୍ ଶୁଣାଣି କରିଆସୁଥିଲେ। ୨୦୨୧ ଅକ୍ଟୋବର ୭ରେ ଏକ ସର୍କୁଲାର ଜାରି କରାଯାଇ ପୂର୍ବ ନିୟମର ସଂଶୋଧନ କରାଯାଇଥିଲା। ଏହା ପରେ ସପ୍ତାହରେ ଦୁଇଦିନ ଫିଜିକାଲ ହିଏରିଂ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଦିଲ୍ଲୀରେ କୋଭିଡ୍ ମାମଲା ବୃଦ୍ଧି ପଇଥିବାରୁ ପୁଣି ଥରେ ଭର୍ଚ୍ଚୁଆଲ ମୋଡକୁ ପ୍ରତ୍ୟାବର୍ତ୍ତନ ହୋଇଛି।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..