Report Card Odisha

| Daily Odia News

କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିମୁଦ୍ରୀକରଣ ନେଇ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ | ୨୦୧୬ ନଭେମ୍ବର ୮ରେ ଦେଶରେ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି । ଆଜି ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ନିଜ ରାୟରେ ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି କହିଛନ୍ତି । ବିମୁଦ୍ରାୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି ସାମ୍ବିଧାନିକ ପୀଠ କହିଛନ୍ତି। ଏହା ସହ ବିମୁଦ୍ରାୟନ ସଂପର୍କୀତ ସମସ୍ତ ମାମଲାକୁ ଅଦାଲତ ଖାରଜ କରି ଦେଇଛନ୍ତି। ଗତ ଡିସେମ୍ବର ୭ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶେଷ ଶୁଣାଣି କରାଯାଇଥିଲା। ପରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି।

Breaking News