Report Card Odisha

| Daily Odia News

ସୁପ୍ରିମ୍‌କୋର୍ଟରେ ହେବ ଓଡ଼ିଶା ଭାଟ୍‌ ଆଇନ୍‌ ମାମଲାର ଶୁଣାଣି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପିଠରେ ଓଡ଼ିଶା ଭାଟ୍‌ ଆଇନ ୨୦୦୪ ମାମଲାର ଶୁଶାଣି ହେବ। ଏହି ମାମଲ‌ାରେ ନିର୍ଦ୍ଧାରତ ଛଅ ମାସର ଅବଧି ଶେଷ ହେବା ପରେ ଆସେସ୍‌ମେଣ୍ଟ୍‌ ଅଥରିଟିଙ୍କୁ ଆଉ ଅଧିକ ସମୟ ଦିଆଯିବ ନା ନାହିଁ ତାହାର ନିଷ୍ପତ୍ତି ୩ ଜଣିଆ ଖଣ୍ଡପୀଠରେ ନିଆଯିବ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଓ ବିଚାରପତି ଜଷ୍ଟିସ ପି.ଏସ. ନରସିଂହା ଏକ ଗୁରତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହି ଖଣ୍ଡପୀଠ ଓଡ଼ିଶା ଭାଟ୍ ଆଇନ ୨୦୦୪ର ଧାରା ୪୨(୬)ର ବିଚାର କରିବେ। ଏଥିରେ ବ୍ୟବସ୍ଥା ରହିଛି ଯେ ଆସେସମେଣ୍ଟ ଅଥରିଟିଙ୍କୁ ନିର୍ଧାରିତ ଛଅ ମାସର ଅବଧି ଶେ‌ଷ ହେବା ପରେ କଂପାନିର ଅଡିଟ ଭିଜୁଆଲ ରିପୋର୍ଟ(ଏଭିଆର)ର ଆକଳନ ସକାଶେ କମିସନର ଆଉ ଛଅ ମାସର ସମୟ ବଢ଼ାଇପାରିବେ। ତେବେ କମିସନରଙ୍କ ଦ୍ବାରା ଆସେସମେଣ୍ଟ ଅଥିରିଟିକୁ ସମୟ ସଂପ୍ରସାରଣ କରିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ହାଇକୋର୍ଟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଶ୍ରେୟାଂଶ ଇଣ୍ଡଷ୍ଟ୍ରିଜ ମାମଲାକୁ ଅବତାରଣ କରି କହିଥିଲେ ଯେ ଆସେସମେଣ୍ଟର ଅବଧି ଶେ‌‌ଷ ହୋଇଯିବା ପରେ ଆକଳନ କରିବାର ବିଭାଗର ଅଧିକାର ଶେଷ ହୋଇଯାଇଥାଏ। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବା ପରେ ରାୟରେ କହିଛନ୍ତି ଏହା ଆବଶ୍ୟକ ହୋଇଯାଉଛି ସ୍ଥିରତା ଏବଂ ଆଇନଗତ ସ୍ପଷ୍ଟତା ପାଇଁ ମାମଲାକୁ ତିନି ଜଣିଆ ଖଣ୍ଡପିଠଙ୍କ ନିକଟକୁ ପଠାଯିବା ଦରକାର।

Breaking News