ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଗତ ୨୪ ଘଣ୍ଟା ମଧ୍ୟରେ ତିନୋଟି ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ଦିନ ନିଜର ଗିରଫଦାରୀକୁ ବିରୋଧ କରି ଓ ନ୍ୟାୟିକ ହେପାଜତକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନରୁ ଦିଲ୍ଲୀ ହାଇକୋର୍ଟ ଓ ବୁଧବାର ଦିନ ଓକିଲଙ୍କୁ ଭେଟିବା ଦାବିରେ ରାଉସ୍ ଆଭେନ୍ୟୁ କୋର୍ଟରୁ କେଜ୍ରିଓ୍ୱାଲ ନିରାଶ ହୋଇଥିଲେ। ଏବେ ସୁପ୍ରିମକୋର୍ଟରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି। ଗତକାଲି କେଜ୍ରିଓ୍ୱାଲ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ କେଜ୍ରିଓ୍ୱାଲଙ୍କ ଏହି ଆବେଦନର ତୁରନ୍ତ ଶୁଣାଣି ସୁପ୍ରିମକୋର୍ଟରେ ହୋଇପାରିବ ନାହିଁ। ଏବେ କେଜ୍ରିଓ୍ୱାଲଙ୍କୁ ଶୁଣାଣି ପାଇଁ ଏକ ସପ୍ତାହେ ଅପେକ୍ଷା କରିବାକୁ ପଡିବ। ଗୁରୁବାର ଦିନ ଇଦ୍, ଶୁକ୍ରବାର ଦିନ ସ୍ଥାନୀୟ ଛୁଟି ଏବଂ ତା’ପରେ ଶନିବାର-ରବିବାର ଛୁଟି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସୁପ୍ରିମକୋର୍ଟରେ କୌଣସି ସ୍ୱତନ୍ତ୍ର ବେଞ୍ଚ ଗଠନ ହେବ ନାହିଁ କିମ୍ବା ସୋମବାର ପୂର୍ବରୁ ଶୁଣାଣି ହେବାର କୌଣସି ସମ୍ଭାବନା ନାହିଁ। ବର୍ତ୍ତମାନ ସୋମବାର ଦିନ ଶୁଣାଣି ହେବ ବୋଲି ଆଶା କରାଯାଉଛି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..