Report Card Odisha

| Daily Odia News

ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ଡାଉନଲୋଡ କରିବା ଓ ଦେଖିବା ଅପରାଧ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ଘଟଣା ବଢ଼ିଚାଲିଥିବାବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଜାରି କରିଛନ୍ତି। ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ଅତ୍ୟାଚାର ବିଷୟବସ୍ତୁ ଇଣ୍ଟରନେଟରୁ ଡାଉନଲୋଡ କରିବା ଏବଂ ଦେଖିବା ଅପରାଧ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍‌ସୋ) ଆଇନ ଅନୁସାରେ ଏହା ଅପରାଧ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଜେ.ବି. ପାରଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ଏକ ରାୟକୁ ଖାରଜ କରିବା ସହିତ ସେଥିରେ ପରିବର୍ତ୍ତନ କରିଛନ୍ତି। ଶିଶୁ ଯୌନ ନିର୍ଯାତନା(ଚାଇଲ୍ଡ ପର୍ନୋଗ୍ରାଫି) ଡାଉନଲୋଡ କରିବା ଏବଂ ଦେଖିବା ପୋକସୋ ଆଇନ ଅନୁସାରେ ଅପରାଧ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ରାୟ ଦେଇଥିଲେ। ଏପରି ରାୟ ଶୁଣାଇ ହାଇକୋର୍ଟ ଏକ କୁଖ୍ୟାତ ତ୍ରୁଟି କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ସଂସଦକୁ ପରାମର୍ଶ ଦେଇ ପୋକସୋ ଆଇନରେ ସଂଶୋଧନ ଆଣିବାକୁ କହିଛନ୍ତି। ଆଇନରେ ଥିବା ‘ଚାଇଲ୍ଡ ପର୍ନୋଗ୍ରାଫି’କୁ ହଟାଇ ସେହି ସ୍ଥାନରେ ‘ଶିଶୁ ଯୌନ ଶୋଷଣ ଏବଂ ନିର୍ଯାତନା ବିଷୟବସ୍ତୁ(ଚାଇଲ୍ଡ ସେକ୍ସୁଆଲ ଏକ୍ସପ୍ଲୋଏଟେଟିଭ ଆଣ୍ଡ ଆବ୍ୟୁଜିଭ ମାଟେରିଆଲ’ ସ୍ଥାନିତ କରିବାକୁ କହିଛନ୍ତି।

Breaking News